ବାବା ମହାକାଳେଶ୍ବରଙ୍କ ଶରଣରେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ

By

Published : Jun 11, 2023, 9:32 AM IST

thumbnail

ଭୋପାଳ: ମଧ୍ୟପ୍ରଦେଶର ଉଜୈନର ମହାକାଳେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର । ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପରେ ପ୍ରଥମ ଥର ପାଇଁ ସେ ଏହି ପବିତ୍ର ଶୈବପୀଠରେ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ବହୁ କଂଗ୍ରେସ କର୍ମୀ ଓ ଶିବକୁମାରଙ୍କ ସମର୍ଥକ ମାନେ ମଧ୍ୟ ଉପସ୍ଥିତ ଥିଲେ । ଗତକାଲି (ଶନିବାର) ସନ୍ଧ୍ୟାରେ ସହରରେ ପହଞ୍ଚିବା ପରେ ବାବା କାଲଭୈରବଙ୍କୁ ଦର୍ଶନ କରିଥିଲେ ଶିବକୁମାର । ଏଠାରେ ଏକ ହୋଟେଲକେ ରାତ୍ରିଯାପନ ପରେ ଆଜି ଭୋର ସମୟରେ ମହାକାଳେଶ୍ବର ମନ୍ଦିରର ଆଳତୀରେ ସାମିଲ ହୋଇଥିଲେ । ଏହାପରେ ପୂଜାର୍ଚ୍ଚନା କରି ଜଳାଭିଷେକ କରିଥିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ । ସେ କହିଥିଲେ ଯେ, ହିନ୍ଦୁ ଧର୍ମ ଓ ମନ୍ଦିର କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । କର୍ଣ୍ଣାଟକ ଭଳି ମଧ୍ୟପ୍ରଦେଶର ଲୋକମାନେ ମଧ୍ୟ ବିଜେପିର ଦୁର୍ନୀତି ବିଷୟରେ ଜାଣିଛନ୍ତି । ତେଣୁ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସର ବିଜୟ ନିଶ୍ଚିନ୍ତ ହେବ। 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.