ଶ୍ରାବଣ ପ୍ରଥମ ସୋମବାର, ଶିବଙ୍କୁ କାଉଡିଆଙ୍କ ଜଳଲାଗି - ଶ୍ରାବଣ 2023

🎬 Watch Now: Feature Video

thumbnail

By

Published : Jul 10, 2023, 2:24 PM IST

ବ୍ରହ୍ମପୁର: ଆଜି ଶ୍ରାବଣ ମାସର ପବିତ୍ର ପ୍ରଥମ ସୋମବାର । ଏନେଇ ଚଳଚଞ୍ଚଳ ହୋଇଛି ରାଜ୍ୟରେ ବିଭିନ୍ନ ଶୈବ ପୀଠ । ମହାଦେବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ଏହା ସହ କାଉଡିଆ ମାରେ ଶ୍ରାବଣରେ ଶିବଙ୍କୁ ଜଳଲାଗି କରିଛନ୍ତି । ବ୍ରହ୍ମପୁରର ବିଭିନ୍ନ ଶୈବମନ୍ଦିରରେ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳିଛି । ବ୍ରହ୍ମପୁର ସହର ଉପକଣ୍ଠ ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଥିବା ପବିତ୍ର ନଦୀରୁ ବୋଲବମ୍ ଭକ୍ତମାନେ କାନ୍ଧରେ ଜଳଭାର ନେଇ ଆସିବା ପରେ ବିଭିନ୍ନ ଶୈବ ମନ୍ଦିରରେ ଜଳାଭିଶେକ କରିଛନ୍ତି । ଚଳିତବର୍ଷ ଦୀର୍ଘ 19 ବର୍ଷ ପରେ ଯୋଡା ଶ୍ରାବଣ ମାସ ରହିଥିବାରୁ ଏହାକୁ ନେଇ ଚାରିଆଡେ ବୋଲବମ୍ ଭକ୍ତଙ୍କ ହର ହର ମହାଦେବଙ୍କ ଧ୍ୱନି ଶୁଭିଛି । ଋଷିକୁଲ୍ୟା ନଦୀ ପୀଠ, ପୁରଷୋତ୍ତମପୁର ସ୍ଥିତ ପ୍ରତାପୁର ନଦୀ, ଚିକିଟିର ବାହୁଦା ନଦୀପୀଠ ଭଳି ପ୍ରମୁଖ ସ୍ଥାନରେ ବୋଲବମ୍ ଭକ୍ତମାନେ ସୋମବାର ଜଳଭାର ନେଇ ନିଜର ମାନସିକ ପୂରଣ ପାଇଁ ବିଭିନ୍ନ ଶୈବପୀଠରେ ଚାଲିଚାଲି ପହଞ୍ଚିବା ପରେ ଜଳାଭିଶେଷ କରିଛନ୍ତି । ବ୍ରହ୍ମପୁର ସହରର ନୀଳକଣ୍ଠେଶ୍ୱର ଶୈବ ମନ୍ଦିର, ବୈଦ୍ୟନାଥେଶ୍ୱର ଶୈବ ମନ୍ଦିର, ଚନ୍ଦ୍ରଚୁଡେଶ୍ୱର ଶୈବ ମନ୍ଦିର, ପଶ୍ଚିମେଶ୍ୱର ଶୈବ ମନ୍ଦିର, ଇଷାଣେଶ୍ୱର ଶୈବ ମନ୍ଦିର, ଚନ୍ଦ୍ର ଚୁଡେଶ୍ୱର ଶୈବ ମନ୍ଦିର, ଧବଳେଶ୍ୱର ଠାରୁ ଆରମ୍ଭ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶୈବମନ୍ଦିରରେ ମହାଦେବଙ୍କୁ ଜଳଲାଗି କରି ପୂଜାର୍ଚ୍ଚନା କରିଛନ୍ତି ।

ଏହା ବି ପଢନ୍ତୁ...ଶିବଙ୍କ ଶ୍ରାବଣ; ପ୍ରଥମ ସୋମବାର ଚନ୍ଦନେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

ଇଟିିଭି ଭାରତ, ଗଞ୍ଜାମ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.