ଅଭିମନ୍ତ୍ରିତ ମନ୍ଦାର ହାର ସହ ୧୦୮ ଦୀପ ପ୍ରଜ୍ୱଳନରେ ପୂଜା ପାଉଛନ୍ତି ମା’ ଶ୍ୟାମାକାଳୀ - କେନ୍ଦ୍ରାପଡ଼ା ଜଜାଙ୍ଗ ପୀଠରେ କାଳୀ ପୂଜା

🎬 Watch Now: Feature Video

thumbnail

By

Published : Oct 24, 2022, 4:25 PM IST

Updated : Feb 3, 2023, 8:29 PM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କପାଳେଶ୍ୱର ପଞ୍ଚାୟତର ଗରାପୁର ଓ ଜଜାଙ୍ଗ ପୀଠରେ ଧୁମଧାମରେ ପାଳିତ ହେଉଛି ମା’ ଶ୍ୟାମାକାଳୀଙ୍କ ପୂଜା । ଏନେଇ ଉତ୍ସବମୁଖର ହୋଇ ଉଠିଛି ସମସ୍ତ ଦୈବୀ ପୀଠ। ଆଜି ସକାଳୁ ମା'ଙ୍କ ମଙ୍ଗଳ ଆଳତୀ ସରିବା ପରେ ଶ୍ରଦ୍ଧାଳୁ ମା କାଳୀଙ୍କୁ ଦର୍ଶନ କରିଥିଲେ। ମା'ଶ୍ୟାମାକାଳୀଙ୍କ ନିକଟରେ ଶହେ ଆଠ ଦୀପ ପ୍ରଜ୍ବଳନ କରାଯାଇଛି। ସେହିପରି ଜଜାଙ୍ଗ ପ୍ରଦକ୍ଷଣ ଭବନ ନିକଟରେ ପୂଜା ପାଉଥିବା ମା'ଙ୍କ ନିକଟରେ ୧୦୦୮ ମନ୍ଦାର ଫୁଲର ଅଭିମନ୍ତ୍ରିତ ପୁଷ୍ପହାର ଲାଗି କରାଯାଇଛି । କନିକା ଏବଂ ଓଳାଭରରେ ଆଜିଠାରୁ ଆରମ୍ଭ ହେଉଥିବା ପୂଜା ଆସନ୍ତା ୭ ଦିନ ଧରି ଚାଲିବ । ଇଟିଭି ଭାରତ, କେନ୍ଦ୍ରାପଡ଼ା
Last Updated : Feb 3, 2023, 8:29 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.