ବୀର ପୁଅ ନୀଳାଚଳଙ୍କୁ ବିଜୁ ଛାତ୍ର ଜନତା ଦଳର ଶ୍ରଦ୍ଧାଞ୍ଜଳି

By

Published : Aug 15, 2023, 11:13 AM IST

Updated : Aug 15, 2023, 12:11 PM IST

thumbnail

ଭବାନୀପାଟଣା: ଓଡ଼ିଶା ମାଟିର ଦୁଇଜଣ ବୀର ଯବାନ ଶହୀଦ ସୁଶାନ୍ତ ଖୁଣ୍ଟିଆ ଓ ନୀଳାଚଳ ପଟେଲ ଦେଶ ମାତୃକାର ସେବା କରି ଶହୀଦ ହୋଇଛନ୍ତି । ତାଙ୍କ ବଳିଦାନକୁ ସମ୍ମାନ ଜଣାଇ ଅମର ଆତ୍ମାକୁ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବୀର ଯବାନ୍ ସୁଶାନ୍ତ ଖୁଣ୍ଟିଆ ମାଓବାଦୀଙ୍କ ଗୁଳିରେ ଶହୀଦ ହୋଇଛନ୍ତି । ଝାରଖଣ୍ଡ ରାଜ୍ୟ ସିଂହଭୂମି ଜିଲ୍ଲା ଟୋଣ୍ଟୋ ଥାନା ଅନ୍ତର୍ଗତ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ନକ୍ସଲ ଗୁଳି ଆଗରେ ଛାତି ଦେଖାଇ ଠିଆ ହୋଇ ଯୁଦ୍ଧ କରିଥିଲେ ସୁଶାନ୍ତ । ଦେହରେ ଶେଷ ନିଶ୍ଵାସ ଥିବା ପର୍ଯ୍ୟନ୍ତ ନକ୍ସଲକୁ ମୁହଁତୋଡ଼ ଜବାବ ଦେଇଥିଲେ । ଶେଷରେ ନକ୍ସଲଙ୍କ ଗୁଳିରେ ସେ ମାଟି ଉପରେ ଟଳି ପଡ଼ିଥିଲେ । ସେହିପରି ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବାଘପାଲି ଗାଁର ନୀଳାଚଳ ପଟେଲ । ୧୧ ତାରିଖ ରାତିରେ ନୀଳାଚଳ ଶହୀଦ ହୋଇଥିଲେ । ସେ ଆସାମ ୭ତମ ରାଇଫଲ୍ସ ସେ କାର୍ଯ୍ୟରତ ଥିଲେ । ଦୁଇ ବୀର ପୁତ୍ରଙ୍କୁ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଭବାନୀପାଟଣା ନକଟିଗୁଡ଼ା ଛକ ନିକଟରେ ସମେତ ବିଜେଡି ନେତା ଓ କର୍ମୀ ସାମିଲ ହୋଇ କ୍ୟାଣ୍ଡେଲ ଜାଳି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହ ତାଙ୍କ ବୀରତ୍ଵର ଗାଥାକୁ ମାନେ ପକାଇ ଥିଲେ ।
ଏହା ବି ପଢନ୍ତୁ...ଶହୀଦଙ୍କୁ ଶେଷ ସଲାମ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ନୀଳାଚଳଙ୍କ ଶେଷକୃତ୍ୟ ସମ୍ପନ୍ନ

Last Updated : Aug 15, 2023, 12:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.