ଦୁଇ ଦିନ ପରେ ଶ୍ରୀନଗରରେ G20 ବୈଠକ, ସୁରକ୍ଷା ବ୍ୟବସ୍ଥା ନେଇ ପାଣିରେ ମକଡ୍ରିଲ - G20 ବୈଠକ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ

🎬 Watch Now: Feature Video

thumbnail

By

Published : May 20, 2023, 10:27 PM IST

ଶ୍ରୀନଗର: କଡ଼ା ସୁରକ୍ଷା ମଧ୍ୟରେ ଆସନ୍ତା ୨୨ ରୁ ୨୪ ତାରିଖ ଯାଏ ଶ୍ରୀନଗରରେ G20ର ବୈଠକ ଅନୁଷ୍ଠିତ ହେବ । ତୃତୀୟ G20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ ବୈଠକରେ G20 ଦେଶର ପ୍ରାୟ ୬୦ଟି ପ୍ରିତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାକୁ ନେଇ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରଥମ ଥର ପାଇଁ କୌଣସି ବଡ଼ ଅନ୍ତର୍ଜାତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବୈଠକ ପୂର୍ବରୁ ଉପତ୍ୟକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସିଆରପିଏଫର ୱାଟର ୱିଙ୍ଗ ଏବଂ କ୍ବିକ ଆକ୍ସନ ଟିମ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ କରିଛନ୍ତି । ବୋଟ ସାହାଯ୍ୟରେ ନିକଟସ୍ଥ ସ୍ଥାନ ଗୁଡ଼ିକରେ ସୁରକ୍ଷା ଯାଞ୍ଚ କରିଛନ୍ତି । ସହରରେ କମାଣ୍ଡୋଙ୍କୁ ମୁତୟନ କରାଯାଇଛି । ବୈଠକୁ ମାତ୍ର ଦୁଇ ଦିନ ଥିବାବେଳେ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ସୁରକ୍ଷାର ଯାଞ୍ଚ କରାଯାଉଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.