thumbnail

By

Published : Jul 17, 2023, 7:41 PM IST

ETV Bharat / Videos

Opposition Meeting in Bengaluru: ପହଞ୍ଚିବାରେ ଲାଗିଛନ୍ତି ବିରୋଧୀ, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: ଆଜିଠାରୁ ଆରମ୍ଭ ହେଉଛି ବିରୋଧୀଙ୍କ ଦୁଇ ଦିନିଆ ସମ୍ମିଳନୀ । ଆଜି ନୈଶ୍ୟଭୋଜିରୁ ଆରମ୍ଭ ହେବ ବୈଠକ । ଆସନ୍ତାକାଲି(ମଙ୍ଗଳବାର) ପୂର୍ବାହ୍ନରୁ ଦିନ ତମାମ ମିଳିତ ରଣନୀତି ନେଇ ଆଲୋଚନା ଜାରି ରହିବ । ଏଥିପାଇଁ ପ୍ରାୟ ସମସ୍ତ ବିରୋଧୀ ଦଳର ନେତାମାନେ ବେଙ୍ଗାଲୁରୁରେ ପହଞ୍ଚିବାରେ ଲାଗିଛନ୍ତି । କଂଗ୍ରେସ ପକ୍ଷରୁ ଦଳର ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଛନ୍ତି ।

ସେହିପରି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ବୀ ଯାଦବ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଆମ ଆଦମୀ ପାର୍ଟିରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ, ସାଂସଦ ରାଘବ ଚଢା ଓ ସଞ୍ଜୟ ସିଂ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରମୁଖ ବେଙ୍ଗାଲୁରୁରେ ପହଞ୍ଚି ସାରିଛନ୍ତି । ପ୍ରାୟ 26ଟି ବିରୋଧୀ ଦଳ ଏହି ମହାମେଳିରେ ସାମିଲ ହେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Bengaluru Opposition Meet: ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଚେହେରା କରିବା ଲକ୍ଷ୍ୟରେ କଂଗ୍ରେସ !

ଜୁନ୍‌ 23 ତାରିଖରେ ପାଟନାରେ ପ୍ରଥମେ ଏକାଠି ହୋଇଥିଲେ ବିରୋଧୀ ଦଳ । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ 17ଟି ବିରୋଧୀ ରାଜନୈତିକ ଦଳର ମୁଖ୍ୟ ଏକାଠି ହୋଇଥିଲେ । 2024ରେ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ NDA ମେଣ୍ଟ ବିରୋଧରେ ଗୋଟିଏ ମଞ୍ଚରେ ନିର୍ବାଚନ ଲଢ଼ିବା ନେଇ ଆଲୋଚନା କରିଥିଲେ । ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.