Bengaluru Opposition meet: ପହଞ୍ଚିଲେ ଖଡଗେ, ରାହୁଲ ଓ ସୋନିଆ

By

Published : Jul 17, 2023, 3:51 PM IST

thumbnail

ବେଙ୍ଗାଲୁରୁ: ଆଜିଠାରୁ ଆରମ୍ଭ ହେଉଛି ବିରୋଧୀଙ୍କ ଦୁଇ ଦିନିଆ ସମ୍ମିଳନୀ । ପ୍ରାୟ 26 ଟି ବିରୋଧୀ ଦଳ ଏହି ମହାମେଳିରେ ସାମିଲ ହେବାକୁ ଯାଉଛନ୍ତି । ସଂଧ୍ୟାରେ ବୈଠକ ଆରମ୍ଭ ହେବାକୁ ଯାଉଥିବା ବେଳେ ବିଭିନ୍ନ ବିରୋଧୀ ଦଳର ନେତାମାନେ ବେଙ୍ଗାଲୁରୁରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏହି ଦ୍ବିତୀୟ ସମ୍ମିଳନୀର ନେତୃତ୍ବ ନେଉଥିବା କଂଗ୍ରେସର ନେତୃମଣ୍ଡଳୀ ମଧ୍ୟ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଦଳର ପୂର୍ବତନ ମୁଖ୍ୟ ତଥା ବର୍ତ୍ତମାନର ଦଳର ସସଦୀୟ କମିଟିର ମୁଖ୍ୟ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- Opposition Meeting: ଆଜିଠୁ ବେଙ୍ଗାଲୁରୁରେ ବିରୋଧୀ ଦଳର ମହାବୈଠକ, 24 ଦଳ ହେବେ ସାମିଲ

ଜୁନ 23 ତାରିଖରେ ପାଟନାରେ ଏକାଠି ହୋଇଥିଲେ ବିରୋଧୀ ଦଳ । ପାଟନାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବାସଭବନରେ 17ଟି ବିରୋଧୀ ରାଜନୈତିକ ଦଳର ମୁଖ୍ୟ ଏକାଠି ହୋଇଥିଲେ । 2024ରେ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟ ବିରୋଧରେ ଗୋଟିଏ ମଞ୍ଚରେ ନିର୍ବାଚନ ଲଢିବା ନେଇ ଆଲୋଚନା କରିଥିଲେ । ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.