Jharsuguda By Poll: 7ରେ ହାଇଭୋଲଟେଜ ପ୍ରଚାର

By

Published : May 4, 2023, 8:15 PM IST

thumbnail

ଭୁବନେଶ୍ବର: କମ୍ପିବ ଝାରସୁଗୁଡା ମୈଦାନ । ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ମୈଦାନକୁ ଓହ୍ଲାଇବେ ବିଜେଡି ବିଜେପିର ଶୀର୍ଷ ନେତା । ଖବର ଅନୁସାରେ ଆସନ୍ତା 7 ତାରିଖରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରଚାର କରିବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପି ପ୍ରାର୍ଥୀ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ।

ମିଳିଥିବା ଖବର ଅନୁସାରେ ବିଜେଡି ପ୍ରାର୍ଥୀ ଦୀପାଲି ଦାସଙ୍କ ପାଇଁ ପ୍ରଚାର କରିପାରନ୍ତି ନବୀନ । ଉକ୍ତ ଦିନ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମୈଦାନକୁ ଓହ୍ଲାଇବେ । ଫଳରେ ଜମିବ ପ୍ରଚାର । ହେବ ହାଇ ଭୋଲ୍ଟେଜ ଲଢେଇ ।  ପ୍ରଚାରକୁ ଜୋରଦାର କରି ଜନମତ ନିଜ ନିଜ ସପକ୍ଷରେ ନେବାକୁ ଉଦ୍ୟମ କରିବାକୁ ଯୋଜନା କରିଛନ୍ତି ।  

ଅନ୍ୟ ବିଜେପି କେନ୍ଦ୍ରୀୟ ନେତୃତ୍ବ  ପ୍ରଚାର କରିବାକୁ ଆସିବେ ନା ନାହିଁ ଆସନ୍ତା କାଲି ସୁଦ୍ଧା ଚୂଡାନ୍ତ ହେବ । ବିଭିନ୍ନ ସ୍ଥାନରେ ସଭା, ରୋଡ଼ ସୋ' କରିବେ ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ବର ଟୁଡୁ ପୁଣି ଆସିବେ ପ୍ରଚାର କରିବାକୁ । କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ପ୍ରଚାର ତାରିଖ ଖୁବଶୀଘ୍ର ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.