କଳାହାଣ୍ଡିରେ ଜନ ସମ୍ପର୍କ ପଦଯାତ୍ରା: ବିକାଶର ମୁଦ୍ଦା ନେଇ ଲୋକଙ୍କୁ ଭେଟିଲେ ବିଜେଡି କର୍ମୀ

By ETV Bharat Odisha Team

Published : Oct 2, 2023, 5:40 PM IST

thumbnail

ଭବାନୀପାଟଣା: ଆଜି ଠାରୁ କଳାହାଣ୍ଡି ଜିଲ୍ଲାରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ ତାରିଖ ଅର୍ଥାତ୍ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ଏହି ଜନ ସମ୍ପର୍କ ପଦଯାତ୍ରା । ରାଜ୍ୟରେ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରିବା ନେଇ ଲକ୍ଷ୍ୟ ରଖିଛି ଦଳ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଏବଂ ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଚଳିତ ବର୍ଷର ଜନ ସମ୍ପର୍କ ପଦଯାତ୍ରା ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ସ୍ତରରେ ପାଳନ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି । 

ଏହା ବି ପଢନ୍ତୁ...ବରଗଡ଼ରେ ଆରମ୍ଭ ହେଲା ବିଜେଡ଼ିର ଜନ ସମ୍ପର୍କ ପଦଯାତ୍ରା

ଏହି କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ, ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟା ଅବିନାଶ ଠାକୁରଙ୍କ ସମେତ ସମସ୍ତ ନେତା ଓ କର୍ମୀ ସାମିଲ ହୋଇ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଭବାନୀପାଟଣା ସହର ପରିକ୍ରମା କରିବା ପରେ ଗାନ୍ଧୀ ଛକ ଠାରେ ପହଞ୍ଚିଥିଲେ । ସେଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ ଦଳୀୟ ନେତା ।

ଇଟିଭି ଭାରତ, କଳାହାଣ୍ଡି
 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.