କାହିଁକି 15ବର୍ଷ ତିଷ୍ଠି ପାରିଲାନି ଜାତୀୟ ରାଜପଥ ବ୍ରିଜ୍ ? ଭୁବନେଶ୍ବରକୁ ଯାତାୟତରେ ଲାଗିଲା ବ୍ରେକ୍‌

By

Published : Jul 18, 2023, 9:42 PM IST

Updated : Jul 18, 2023, 10:04 PM IST

thumbnail

ଯାଜପୁର: ଭୁଶୁ଼ଡିପଡିଲା ଚେନ୍ନାଇ-କୋଲକାତା 16ନଂ ଜାତୀୟ ରାଜପଥ ବ୍ରିଜ୍ ।  ଅଳ୍ପକେ ବର୍ତ୍ତିଗଲା ନିଶ୍ଚିତ ଦୁର୍ଘଟଣାରୁ ଶହଶହ ଗାଡି l ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ହେଡକ୍ବାଟର ସମ୍ମୁଖ ଜାତୀୟ ରାଜପଥରେ l ହଠାତ ଏଠାରେ ଥିବା ଏକ ବ୍ରିଜ ଦବିଗଲା ଫଳରେ ଭୁଷୁଡି ପଡିଲା ଜାତୀୟ ରାଜପଥ । ମାତ୍ର 15ବର୍ଷ ତଳେ ନିର୍ମାଣ ହୋଇଥିବା ପୋଲ ଅଚାନକ୍ ଭୁଶୁଡି ପଡିଥିଲା । ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି । ସ୍ଥାନୀୟ ସାଂସଦ ଶର୍ମିଷ୍ଠା ସେଠୀ ଏଠାରେ ପହଞ୍ଚି ଏନଏଚଆଇର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । 

ତେବେ ଘଟଣା ପାଇଁ ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ସାଂସଦଙ୍କ ଯାଏ ସମସ୍ତେ ଏନଏଚଆଇ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି । ସ୍ଥାନୀୟ ଲୋକେ ଦୋଷୀ ଠିକାସଂସ୍ଥା ଓ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସେପଟେ ଏହି ବ୍ରିଜଟି ଭୁଶୁଡି ପଡିବାରୁ ଟ୍ରାଫିକ ସମସ୍ୟା ଉପୁଜିଛି l ତେବେ ଏହି ଘଟଣାକୁ ଦେଖି ଟ୍ରାଫିକ ସମସ୍ୟା ସୁଧାରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଥିବା ଆରଟିଓ କହିଛନ୍ତି l 

ଅଧିକ ପଢ଼ନ୍ତୁ: NH-16ରେ 10 ଫୁଟ ତଳକୁ ଖସିଲା ବ୍ରିଜ, ଭୁବନେଶ୍ୱର-ଯାଜପୁର ଯାତାୟତ ଠପ୍
 

ପ୍ରଥମେ ପୋଲ ଭୁଶୁଡିବା ଖବର ପାଇ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଘଟଣା ସ୍ଥଳରେ ବ୍ୟାରିକେଟ ନିର୍ମାଣ କରିଥିଲା । ଯାହାଫଳରେ ଏହି ରାସ୍ତା ଦେଇ ଆସୁଥିବା ଗାଡି ସର୍ତ୍ତକ ହୋଇଯାଇଥିଲେ । ରାସ୍ତା ମୁଣ୍ଡରେ ରହି ଗାଡି ଗୁଡିକ ଦିଗ ପରିବର୍ତ୍ତନ କରିବା ସହ ଟ୍ରାଫିକ୍ ନିୟନ୍ତ୍ରଣ କରିଛି ପୋଲିସ । ବ୍ରିଜ ଭୁଶୁଡୁବା କାରଣରୁ କଟକ ଭୁବନେଶ୍ବର ତଥା ବାଲେଶ୍ବରରୁ କୋଲକତା ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଫଳରେ ଶତାଧିକ ଯାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । 

ଇଟିଭି ଭାରତ, ଯାଜପୁର

Last Updated : Jul 18, 2023, 10:04 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.