thumbnail

By

Published : Dec 3, 2022, 1:46 PM IST

Updated : Feb 3, 2023, 8:34 PM IST

ETV Bharat / Videos

ହୃଦଘାତର ଶିକାର ହେଲେ ବସ ଚାଳକ, ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଗଲା ବସ

ଭୋପାଳ: ଗାଡ଼ି ଚଳାଉ ଥିବାବେଳେ ହୃଦଘାତର ଶିକାର ହେଲେ ବସ ଚାଳକ । ଭାରସାମ୍ୟ ହରାଇ ଲୋକଙ୍କ ଉପରେ ଚଢିଗଲା ବସ । ମଧ୍ୟପ୍ରଦେଶ ସ୍ଥିତ ଜବଲପୁରରରେ ଗୋହଲପୁର ଥାନା ଅନ୍ତର୍ଗତ ଦମୋହ ନାକା ଛକରେ ଏକ ମେଟ୍ରୋ ବସ ଚାଳକ ହୃଦଘାତର ଶିକାର ହୋଇଥିଲେ । ଫଳରେ ଭାରସାମ୍ୟ ହରାଇ କେତେକ ଗାଡ଼ିକୁ ଧକ୍କା ଦେଇଥିଲେ । ସୌଭାଗ୍ୟବସତଃ ଏଥିରେ କାହାର କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଉପସ୍ଥିତ ଲୋକେ ବସ ଚାଳକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Feb 3, 2023, 8:34 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.