କାଲିର ଉତକ୍ଷେପଣ ପୂର୍ବରୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ଇସ୍ରୋ ମୁଖ୍ୟ - ISRO chief
🎬 Watch Now: Feature Video
Published : Dec 31, 2023, 10:48 PM IST
ହାଇଦ୍ରାବାଦ: ଆସନ୍ତାକାଲି ଇସ୍ରୋ ଏକ୍ସପୋସାଟ (XPoSat) ସାଟେଲାଇଟ୍ ଉତକ୍ଷେପଣ କରିବାକୁ ଯାଉଛି । ଏହା ପୂର୍ବରୁ ଆଜି ଆନ୍ଧ୍ର ପ୍ରଦେଶର ଶ୍ରୀ ଚେଙ୍ଗଲମ୍ମା ପରମେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଇସ୍ରୋ ମୁଖ୍ୟ ଏସ୍.ସୋମନାଥ । ଐତିହାସିକ ଚନ୍ଦ୍ରଯାନ-3 ଉତକ୍ଷେପଣ ପୂର୍ବରୁ ମଧ୍ୟ ସେ ଏହି ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ତେବେ ଆସନ୍ତାକାଲି ନବବର୍ଷରେ ହେବାକୁ ଥିବା ପ୍ରଥମ ଲଞ୍ଚିଂ ପୂର୍ବରୁ ସେ ପୂର୍ବପରି ନିଜ ଆଧ୍ୟାତ୍ମିକ ଆସ୍ଥାର ପରିପ୍ରକାଶ କରିଛନ୍ତି । ଆସନ୍ତାକାଲି ବର୍ଷର ପ୍ରଥମ ଦିନରେ ପୂର୍ବାହ୍ନ 9ଟା 10 ମିନିଟରେ ଆନ୍ଧ୍ର ପ୍ରଦେଶ ସ୍ଥିତ ଇସ୍ରୋର ସର୍ବବୃହତ୍ତ ମହାକାଶ କେନ୍ଦ୍ର ସତୀଶ ଧାଓ୍ବନ ସ୍ପେସ ସେଣ୍ଟରର ପ୍ରଥମ ଲଞ୍ଚପ୍ଯାଡରୁ ଏହି ଉତକ୍ଷେପଣ ଏହାକୁ ଯାଉଛି । ଏଥିପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ 24 ଘଣ୍ଟିଆ କାଉଣ୍ଟ ଡାଉନ ମଧ୍ୟ ଆରମ୍ଭ ହୋଇ ସାରିଛି । ବର୍ଷ 2023 ପରି 2024ରେ ମଧ୍ୟ ଇସ୍ରୋ ଐତିହାସିକ ସଫଳତା ହାସଲ କରିବା ପାଇଁ ଏକାଧିକ ମହାକାଶ ମିଶନ ସହ କାର୍ଯ୍ୟ ଜାରି ରଖିବାକୁ ଯାଉଛି ।