ETV Bharat / state

ବଢ଼ିବ କୁହୁଡ଼ି, ରାତି ୨ରୁ ସକାଳ ୧୦ ପର୍ଯ୍ୟନ୍ତ ସତର୍କ - IMD ODISHA WEATHER UPDATE

ରାଜ୍ୟରେ ତାପମାତ୍ରା ବଢ଼ିବ । ହ୍ରାସ ପାଇଁବ ଶୀତ । ଘନ କୁହୁଡ଼ି ଦୃଶ୍ୟମାନକୁ ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

IMD On Odisha Weather
IMD On Odisha Weather (ETV Bharat Odisha)
author img

By ETV Bharat Odisha Team

Published : 3 hours ago

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ । ଥରୁଛି ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶା । ଏଭଳି ଶୀତ ଆହୁରି ୨୪ ଘଣ୍ଟା ଯାଏଁ ଲାଗି ରହିବ । ଏହା ପରେ ତାପମାତ୍ରା ବଢିବା ସହ ଶୀତ କମିବ । ଆସନ୍ତା ୨୪ ଘଣ୍ଟା ଯାଏଁ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାକୁ ନଥିବା ବେଳେ ଏହା ପରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ । ତେଣୁ ଶୀତର ପ୍ରକୋପ ହ୍ରାସ ପାଇବ । ସେପଟେ ଶୀତ କମିଲେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହେବ । ଯାହାକୁ ନେଇ କିଛି ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଘନ କୁହୁଡ଼ି ୱାର୍ଣ୍ଣିଂ:

ବଢ଼ିବ କୁହୁଡ଼ି (ETV Bharat Odisha)

ଆହୁରି ୨୪ ଘଣ୍ଟା ଲାଗି ରହିବ ଶୀତ । ପରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ । ପ୍ରଭାବରେ ହାଲୁକା ଶୀତ ଅନୁଭବ ହେବାକୁ ଥିବା ବେଳେ ଘନ କୁହୁଡି ଦୃଶ୍ୟମାନ ହେବ । ୧୩ ତାରିଖ ପର୍ଯ୍ୟନ୍ତ ଘନ କୁହୁଡି ନେଇ ସତର୍କତା ରହିଥିବା ବେଳେ ସୁନ୍ଦରଗଡ, ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ ଏବଂ କୋରାପୁଟରେ ଘନ କୁହୁଡି ଅନୁଭୁତକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତା ୨୪ ଘଣ୍ଟାରେ ଝାରସୁଗୁଡା, କେନ୍ଦୁଝର, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କଳାହାଣ୍ଡିରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରିକରାଯାଇଛି ।

IMD On Odisha Weather
IMD On Odisha Weather (IMD)

ସେହିପରି ଆସନ୍ତାକାଲି କୋରାପୁଟ, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ସମ୍ବଲପୁର ଓ ସୁନ୍ଦରଗଡରେ ଘନ କୁହୁଡିର ଦୃଶ୍ୟମାନକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ହାଲୁକା କୁହୁଡି ନେଇ ଝାରସୁଗୁଡା, କେନ୍ଦୁଝର, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ପୁରୀକୁ ସତର୍କତା ଜାରି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଆହୁରି ୨ ଦିନ ଘନକୁହୁଡି, ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଏହା ମଧ୍ୟ ପଢ଼ନ୍ତୁ...ଘନ କୁହୁଡି ସତର୍କତା: କମିବ ଶୀତ, ବଢିବ ତାପମାତ୍ରା

ରାତି ୨ରୁ ସକାଳ ୧୦ ପର୍ଯ୍ୟନ୍ତ ସତର୍କ:

IMD On Odisha Weather
IMD On Odisha Weather (IMD)

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ତାପମାତ୍ରା ରହିଥିବା ବେଳେ ପାହାଡିଆ ଅଞ୍ଚଳ ଭାବରେ ଜି. ଉଦୟଗିରିରେ ୫.୪ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସମତଳ ଅଞ୍ଚଳ ଭାବରେ ଫୁଲବାଣୀରେ ୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କୋରାପୁଟରେ ଅତିଘନ କୁହୁଡି ଦୃଶ୍ୟମାନ ହୋଇଥିବା ବେଳେ ଅନୁଗୋଳ, ଢେଙ୍କାନାଳ ଓ ଫୁଲବାଣୀରେ ଘନ କୁହୁଡି ଦୃଶ୍ୟମାନ ହୋଇଛି ।

ସେପଟେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଥିବାରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ରାତି ୨ଟାରୁ ସକାଳ ୧୦ ପର୍ଯ୍ୟନ୍ତ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ରାସ୍ତାରେ ନଜର ରଖିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.