ସିକ୍ୟୁରିଟି ସର୍ଭିସ ଚୟନ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ - ସୁବର୍ଣ୍ଣପୁର ନ୍ୟୁଜ

🎬 Watch Now: Feature Video

thumbnail

By ETV Bharat Odisha Team

Published : Dec 2, 2023, 12:33 PM IST

ସୁବର୍ଣ୍ଣପୁର: ସିକ୍ୟୁରିଟି ସର୍ଭିସ ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଓ ୟୁ ୱାନ ସିକ୍ୟୁରିଟି ସର୍ଭିସ ପକ୍ଷରୁ ଆୟୋଜିତ ହୋଇଥିବା ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ କରିଛନ୍ତି ଆବେଦନକାରୀ । ତେବେ ଗତ 15 ସେପଟେମ୍ବର 2023ରେ ସିକ୍ୟୁରିଟି ସର୍ଭିସ ଓ ସଂଯୋଜକ ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏନେଇ ଜିଲ୍ଲାର ଶହ ଶହ ଯୁବକମାନେ ଚାକିରି ପାଇଁ ଆବେଦନ କରିଥିଲେ । ହେଲେ ଆବେଦନକାରୀମାନଙ୍କୁ କୌଣସି ସୂଚନା ନ ଦେଇ ଗତକାଲି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏନେଇ ସୂଚନା ପାଇ ନ ଥିବା ଆବେଦନକାରୀମାନେ ଏହି ଅନିୟମିତତା ସଂପର୍କରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଅଧିକାରୀଙ୍କ ପାଖରେ ଅଭିଯୋଗ କରିଥିଲେ । କିନ୍ତୁ ଏନେଇ କୌଣସି ସମାଧାନ ନ ହେବାରୁ ଯୋଗ୍ୟତା ଭିତ୍ତିରେ ସିକ୍ୟୁରିଟି ସର୍ଭିସ ଓ ସଂଯୋଜକମାନଙ୍କୁ ନିଯୁକ୍ତି କରାଯିବାକୁ ଆବେଦନକାରୀମାନେ ଦାବି କରିଛନ୍ତି । ଶହ ଶହ ବେକାର ଯୁବକମାନେ ଆବେଦନ କରିଥିବା ବେଳେ ମାତ୍ର 30ରୁ 40 ଜଣ ଯୁବକଙ୍କୁ ନେଇ ଚୟନ ପ୍ରକ୍ରିୟା ଆରମ୍ଭ କରାଯାଇଛି । ତେଣୁ ଶିକ୍ଷାଗତ ଯୋଗ୍ୟତା,ଶାରୀରିକ ଯୋଗ୍ୟତା ସହିତ ବୌଦ୍ଧିକ ପରୀକ୍ଷା ପରେ ଯୋଗ୍ୟ ବିବେଚିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି ଆବେଦନକାରୀ । ତେବେ ଦାବି ପୂରଣ ନ ହେଲେ ସୂଚନା ପାଇ ନ ଥିବା ଆବେଦନକାରୀମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସୁଲଭ ବାସଗୃହ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ, ଘର ପାଉଛନ୍ତି ବିଜେଡି ସମର୍ଥକ କହିଲା ବିଜେପି

ଇଟିଭି ଭାରତ, ସୁବର୍ଣ୍ଣପୁର 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.