thumbnail

WATCH VIDEO: କାର୍ଗିଲ ଯୁଦ୍ଧ ବୀରଙ୍କୁ IndiGoର ନିଆରା ସମ୍ମାନ, ଛାତିରେ ଗୁଳି ଖାଇ କରିଥିଲେ ଶତ୍ରୁ ଦମନ

By

Published : Jul 24, 2023, 6:35 PM IST

ହାଇଦ୍ରାବାଦ: କାର୍ଗିଲ ହିରୋଙ୍କୁ ବିମାନ ଉଡାଣ ପୂର୍ବରୁ ନିଆରା ସମ୍ମାନ ଜଣାଇଲା ଇଣ୍ଡିଗୋ ଏୟାରଲାଇନ୍ସ । କାର୍ଗିଲ ଯୁଦ୍ଧରେ ବୀରତ୍ବ ପ୍ରଦର୍ଶନ କରି ଶତ୍ରୁ ମୁଖରୁ ଦେଶକୁ ବଞ୍ଚାଇବାରେ ଥିଲା ପରମବୀର ଚକ୍ର ବିଜୟୀ ସୁବେଦାର ମେଜର ସଞ୍ଜୟ କୁମାରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା । ଛାତିରେ ଗୁଳି ଖାଇ ଭାରତ ମାତାକୁ ସେ ରକ୍ଷା କରିଥିଲେ । ଦେଶରେ ମାତ୍ର ୨୧ ଜଣ ସମ୍ମାନୀୟ ପରମବୀର ଚକ୍ର ବିଜେତାଙ୍କ ମଧ୍ୟରେ ଜଣେ ହେଉଛନ୍ତି ମେଜର ସଞ୍ଜୟ । ସେ ଆଜି ଇଣ୍ଡିଗୋ ଏୟାରଲାଇନ୍ସରେ ଯାତ୍ରା କରୁଥିବା ସମୟରେ ତାଙ୍କୁ ଚିହ୍ନଟ କରିଥିଲେ ଇଣ୍ଡୋଗି କର୍ମଚାରୀ । ବିମାନ ମଧ୍ୟରେ ଅନ୍ୟ ଯାତ୍ରୀଙ୍କୁ ତାଙ୍କ ପରିଚୟ ଜଣାଇଥିବା ବେଳେ ତାଙ୍କୁ ଏକ ଛୋଟ ଉପହାର ମଧ୍ୟ ପ୍ରଦାନ କରିଥିଲେ । ଏହି ଭିଡିଓଟି ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସେୟାର କରାଯାଇଥିବା ବେଳେ ଏହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହା ବି ପଢନ୍ତୁ-  VIRAL VIDEO: ପାଇଲଟଙ୍କ ନିଆରା ଅନ୍ଦାଜ, ଶାୟରୀ ଗାଇ ଯାତ୍ରୀଙ୍କୁ କଲେ ସ୍ୱାଗତ

ମେଜର ସଞ୍ଜୟ କୁମାର ଜମ୍ମୁକାଶ୍ମୀର ରାଇଫଲ୍ସର ୧୩ ବାଟାଲିୟନରେ ସୁବେଦାର ଭାବେ କାର୍ଯ୍ୟ କରୁଥିଲେ । ତେବେ ୧୯୯୯ ମସିହା ଜୁଲାଇ ୪ ତାରିଖରେ ସେ କାର୍ଗିଲ ଯୁଦ୍ଧରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଛାତିରେ ୨ଟି ଗୁଳି ଖାଇବା ପରେ ମଧ୍ୟ ଶତ୍ରୁ ସହ ବୀରତ୍ବର ସହ ଲଢିଥିଲେ । ଏହି ବୀରତ୍ବ ଲାଗି ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା । ସେଦିନର କାହାଣୀକୁ କ୍ୟାପଟେନ ସମସ୍ତଙ୍କ ସହିତ ସେୟାର କରିଥିଲେ । ଏହାପରେ ବିମାନରେ ଥିବା ଯାତ୍ରୀମାନେ କରତାଳି ସହିତ ପୂର୍ବତନ ସେନା ଅଧିକାରୀ ସଞ୍ଜୟଙ୍କୁ ସମ୍ମାନ ଜଣାଇଥିଲେ । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.