thumbnail

By ETV Bharat Odisha Team

Published : Oct 26, 2023, 11:04 PM IST

ETV Bharat / Videos

Watch Video: ଇଂଲଣ୍ଡକୁ ଧରାଶାୟୀ କରିବା ଲକ୍ଷ୍ୟ, ଏକାନାରେ ଟିମ ଇଣ୍ଡିଆର ନେଟ୍‌ ପ୍ରାକ୍ଟିସ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ ସ୍ଥିତ ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଆସନ୍ତା ୨୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ମ୍ୟାଚ୍‌ । ଭାରତ କ୍ରମାଗତ ୫ଟି ମ୍ୟାଚ୍‌ରେ ବିଜୟ ହାସଲ କରି ଦୃଢ ସ୍ଥିତିରେ ରହିଛି । ସେପଟେ ଇଂଲଣ୍ଡ ଆଜି (ଗୁରୁବାର) ଶ୍ରୀଲଙ୍କାଠାରୁ ଶୋଚନୀୟ ପରାଜୟ ବରଣ କରିଛି । ତେବେ ଆସନ୍ତା ମ୍ୟାଚ୍‌ରେ ଇଂଲିଶ ଟିମକୁ ଧରାଶାୟୀ କରିବା ଲାଗି ପ୍ର୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । ଗୁରୁବାର ଲକ୍ଷ୍ନୌରେ ପହଞ୍ଚିବା ପରେ ସନ୍ଧ୍ୟା ସମୟରେ ଭାରତୀୟ ଟିମ ଏକାନା ଷ୍ଟାଡିୟମରେ ନେଟ ପ୍ରାକ୍ଟିସ କରିଥିବା ଦେଖିବାକୁ ମିଳିଛି । କୋଚ୍‌ ରାହୁଲ ଦ୍ରାବିଡ ବ୍ୟାଟର୍‌ଙ୍କୁ ବାଉଣ୍ଡାରୀରେ କ୍ୟାଚ୍‌ ଧରିବାର କୌଶଳ ଶିକ୍ଷା ଦେଇଥିଲେ । ଏଠାରେ କୁଲଦୀପ ଯାଦବ ଲଗାତାର ପ୍ରାକ୍ଟିସ କରୁଥିବା ନଜର ଆସିଥିଲେ । ଏହାସହ କୋଚ୍‌ ରାହୁଲ ଦ୍ରାବିଡ ପିଚ୍‌ ସମ୍ବନ୍ଧରେ ମଧ୍ୟ ପ୍ଲେୟାରଙ୍କୁ ଅବଗତ କରାଇଥିଲେ । ଦେଖନ୍ତୁ ଭିଡିଓ

ଏହା ବି ପଢନ୍ତୁ- World Cup 2023: ଲକ୍ଷ୍ନୌରେ ଟିମ୍ ଇଣ୍ଡିଆ, 29ରେ ଇଂଲଣ୍ଡ ବିପକ୍ଷରେ ମୁକାବିଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.