ଯୋଗମୁଦ୍ରାରେ ଦେଶର ଯବାନ, ସୀମାରୁ ସୁସ୍ଥ ରହିବାର ବାର୍ତ୍ତା ଦେଲେ ଜାଗ୍ରତ ପ୍ରହରୀ

🎬 Watch Now: Feature Video

thumbnail

By

Published : Jun 21, 2023, 6:11 PM IST

Updated : Jun 21, 2023, 6:51 PM IST

ଲଦାଖ: ଆଜି ସାରା ବିଶ୍ବ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ । ଯୋଗ ଶାରିରୀକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ । ସ୍ବାସ୍ଥ୍ୟ ଏବଂ ସମ୍ପୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର । ଏଥର ଯୋଗ ଦିବସର ଥିମ ରହିଛି 'ସମସ୍ତଙ୍କ ମଙ୍ଗଳ ପାଇଁ ଯୋଗ' । ଯୋଗ ଦିବସ ଅବସରରେ ସାରା ବିଶ୍ବ ଯୋଗମୟ ହୋଇଛି । ଦେଶର ବିଭିନ୍ନ ସ୍ଥାନରେ ଏନେଇ ଆୟୋଜନ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ । ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା ସମସ୍ତେ ଯୋଗ କରୁଛନ୍ତି । ସୀମାରେ ଥିବା ସୁରକ୍ଷା ବାହିନୀ ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି । ଲଦାଖର ପାଙ୍ଗୋଙ୍ଗ ସୁ ହ୍ରହ ନିକଟରେ ଭାରତୀୟ ଯବାନମାନେ ଯୋଗ କରିଛନ୍ତି । ଲଦାଖର ଶତ୍ରୁ ପକ୍ଷରୁ ଜଗିବା ସହ ଯୋଗାଭ୍ୟାସ କରିଛନ୍ତି । ଯବାନମାନେ ବିଭିନ୍ନ ମୁଦ୍ରାରେ ଯୋଗ କରୁଥିବା ଦେଖିବାକୁ ମିଳିଛି । ସୀମାରୁ ଯୋଗ ଦ୍ବାରା ଫିଟ ରହିବାର ସୂତ୍ର ଦେଶବାସୀଙ୍କୁ ଦେଇଛନ୍ତି ଯବାନ । 

Last Updated : Jun 21, 2023, 6:51 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.