ETV Bharat / state

IMD: ଓଡ଼ିଶାରେ ୩ ଜିଲ୍ଲାରେ ବର୍ଷା, ୩ ଦିନ ପରେ କମିବ ତାପମାତ୍ରା

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଆକଳନ । ଆସନ୍ତା ୫ ଦିନରେ ବିଭିନ୍ନ ଜିଲ୍ଲାରେ ବର୍ଷା ସହ କୁହୁଡ଼ିଆ ପାଗ ଏବଂ ତାପମାତ୍ରାରେ ପରିବର୍ତ୍ତନ ।

ODISHA WEATHER
ODISHA WEATHER (ETV Bharat Odisha)
author img

By ETV Bharat Odisha Team

Published : 10 hours ago

Updated : 4 hours ago

ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ଫେଙ୍ଗାଲ (ଫେଞ୍ଜାଲ) ପରେ ଓଡ଼ିଶାରେ ପାଣିପାଗରେ ପରିବର୍ତ୍ତନ ଆସିଛି । ଗତ ସପ୍ତାହଠାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବା ବେଳେ, କିଛି ଜିଲ୍ଲାରେ ମେଘୁଆ ପାଗ ଜାରି ରହିଛି । ରାଜ୍ୟରେ ଆହୁରି 2 ଦିନ ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

  • କେଉଁ ଦିନ କେଉଁ ଜିଲ୍ଲାରେ ବର୍ଷା ?

ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି କୋରାପୁଟ, ମାଲକାନଗିରି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ପୂର୍ବାକଳନ ପ୍ରକାଶ କରିଛି ପାଣିପାଗ ବିଭାଗ । ତେବେ ୬ ଓ ୭ ତାରିଖ, ଦୁଇଦିନ ଶୁଖିଲା ପାଗ ରହିବା ସହ ପୁଣି ୮ ତାରିଖରୁ ବର୍ଷାର ପରିମାଣ ବଢିବ । ୮ ତାରିଖରେ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼ ଏବଂ ୯ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ଦେଇଛି ବିଭାଗ । ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ଜାରି କରାଯାଇ ନାହିଁ ।

ODISHA WEATHER (ETV Bharat Odisha)

ପାଣିପାଗ ସଂପର୍କିତ ଏସବୁ ଖବର ପଢ଼ନ୍ତୁ-

ଦୁର୍ବଳ ହେଉଛି ବାତ୍ୟା ଫେଙ୍ଗାଲ, ଆଗାମୀ ୨୪ ଘଣ୍ଟାରେ ୧୭ ଜିଲ୍ଲାରେ ବର୍ଷା

ବଙ୍ଗୋପସାଗରରେ ତୀବ୍ର ହେଉଛି ଅବପାତ, ଓଡ଼ିଶାରେ ଆହୁରି ୩ ଦିନ ବର୍ଷା

  • କେମିତି ରହିବ ତାପମାତ୍ରା ?

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆସନ୍ତା ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ତାପମାତ୍ରାରେ ସେମିତି କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଅର୍ଥାତ ଆଜି ଏବଂ ଆସନ୍ତାକାଲିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ । ତେବେ ତା ପରବର୍ତ୍ତୀ ୩ ଦିନରେ କିଛି ଜିଲ୍ଲାରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ହୋଇପାରେ । ଆଗାମୀ ୫ ଦିନ ପାଇଁ କୌଣସି ଚେତାବନୀ ନାହିଁ ବୋଲି ପାଣିପାଗ ବିଭାଗ ‘ଏକ୍ସ’ ଜରିଆରେ ସୂଚନା ପ୍ରଦାନ କରିଛି ।

  • କେଉଁଠାରେ କେତେ ତାପମାତ୍ରା :

ରାଜ୍ୟରେ ଗତ ୨୪ ଘଣ୍ଟାରେ ଶୀତ ସହ କିଛି ସ୍ଥାନରେ ଘନ କୁହୁଡି ଦୃଶ୍ୟମାନ ହେଉଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ପାହାଡିଆ ଅଞ୍ଚଳରେ ସର୍ବନିମ୍ନ କୋରାପୁଟ ଓ ଜି-ଉଦୟଗିରିରେ ୧୫.୫ ଡିଗ୍ରୀ ସହ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ୱରରେ ୨୦.୨ ଡିଗ୍ରୀ ଓ କଟକରେ ୧୮.୦ ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 4 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.