ETV Bharat / state

ଆୟୁର୍ବେଦ ଉପରେ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ବାନ - GOPABANDHU AYURVEDA COLLEGE

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଷ୍ଟ୍ରପତି ।

ଆୟୁର୍ବେଦ ଉପରେ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଲେ ରାଷ୍ଟ୍ରପତି
ଆୟୁର୍ବେଦ ଉପରେ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଲେ ରାଷ୍ଟ୍ରପତି (ETV Bharat Odisha)
author img

By ETV Bharat Odisha Team

Published : Dec 4, 2024, 4:01 PM IST

ପୁରୀ: ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟର ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅଂଶଗ୍ରହଣ କରି ଆର୍ୟୁବେଦ ଉପରେ ଗବେଷଣା କରିବା ପାଇଁ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ବାନ ମଧ୍ୟ ଦେଇଛନ୍ତି । କାର୍ଯ୍ୟକ୍ରମରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଥିଲେ ।

କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଅବସରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଟ୍ବିଟ୍‌ରେ ରାଷ୍ଟ୍ରପତି କହିଛନ୍ତି, ଗବେଷଣା ଯେକୌଣସି ପଦ୍ଧତିର ବୈଜ୍ଞାନିକ ଭିତ୍ତିକୁ ପ୍ରମାଣ କରିବାକୁ ସକ୍ଷମ । ପ୍ରମାଣ, ଲୋକମାନଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି କରେ ଏବଂ ଆସ୍ଥା, ଗ୍ରହଣୀୟତାର ମାର୍ଗ ପ୍ରଶସ୍ତ କରେ । ଓଡ଼ିଶା ପରିପ୍ରେକ୍ଷୀରେ ଅନ୍ୟ ଏକ ଦିଗ ପ୍ରତି ମୁଁ ତୁମମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି । ତାହା ହେଉଛି, ଆମ ତାଳପତ୍ର ପୋଥି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନେକ ତାଳପତ୍ର ପୋଥି ରହିଛି । ଅନେକଙ୍କ ଘରେ ମଧ୍ୟ ତାଳପତ୍ର ପୋଥି ରହିଛି । ସେସବୁ ତାଳପତ୍ର ପୋଥିରେ ସାହିତ୍ୟ ବ୍ୟତିରେକ ଚିକିତ୍ସା ପଦ୍ଧତିର ଅବତାରଣା ମଧ୍ୟ ରହିଛି । ଏ ଦିଗରେ ତୁମେମାନେ ଗବେଷଣା କରି, ଲୁକ୍କାୟିତ ଭାବରେ ଥିବା ଆମ ଚିକିତ୍ସା ପଦ୍ଧତିକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ କରିବ ବୋଲି ମୁଁ ଆଶା କରୁଛି ।’’

ଆୟୁର୍ବେଦ ଉପରେ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଲେ ରାଷ୍ଟ୍ରପତି
ଆୟୁର୍ବେଦ ଉପରେ ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଲେ ରାଷ୍ଟ୍ରପତି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:- ପୁରୀରେ ରାଷ୍ଟ୍ରପତି: ବଡ଼ଦାଣ୍ଡରେ ଚାଲିଲେ, ମହାପ୍ରଭୁଙ୍କ ଆଶିଷ ନେଲେ

ରାଷ୍ଟ୍ରପତି ଅନ୍ୟ ଏକ ଟ୍ବିଟରେ କହିଛନ୍ତି,‘‘ଆଦିବାସୀ ସମ୍ପ୍ରଦାୟରେ ଏକ ଚିକିତ୍ସା ପଦ୍ଧତି ପ୍ରଚଳିତ । ଏହି ପଦ୍ଧତି ବିଷୟରେ ମୋର କିଞ୍ଚିତ୍ ପରିଚୟ ରହିଛି । ବୟସ୍କ ଆଦିବାସୀ ଲୋକମାନଙ୍କ ମଧ୍ୟରୁ କେତେକ, ବିଭିନ୍ନ ରୋଗ ଏବଂ ସେ ରୋଗର ଚିକିତ୍ସା ପାଇଁ ଆବଶ୍ୟକ ଚେରମୂଳି ବିଷୟରେ ଜାଣିଛନ୍ତି । ସେହି ପାରମ୍ପରିକ ଜ୍ଞାନ କିନ୍ତୁ ଧୀରେଧୀରେ ଲୋପ ପାଇବାକୁ ଯାଉଛି । ତୁମମାନଙ୍କ ମଧ୍ୟରୁ କେତେକ ସେହି ଚିକିତ୍ସା ପଦ୍ଧତିର ବୈଜ୍ଞାନିକ ଭିତ୍ତି ଅନ୍ୱେଷଣ କରିବା ପାଇଁ ଆଗ୍ରହୀ ହେବ ବୋଲି ମୁଁ ଆଶା କରୁଛି । ତାହା ଦ୍ୱାରା, ସେହି ପଦ୍ଧତି ବିଲୁପ୍ତ ହେବାରୁ ରକ୍ଷା ପାଇପାରିବ ଏବଂ ଜନସମାଜର ହିତରେ ମଧ୍ୟ ଲାଗିପାରିବ । ’’

ଆଜି ପୂର୍ବାହ୍ନରେ ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ପରେ ଆୟୁର୍ବେଦ ମହାବିଦ୍ୟାଳୟ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆୟୁଷ ରାଷ୍ଟ୍ର ମନ୍ତ୍ରୀ ପ୍ରତାପ ରାଓ ଗଣପତ୍ ରାଓ ଯାଦବ ପ୍ରମୁଖ ଯୋଗଦାନ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.