ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ
🎬 Watch Now: Feature Video
ଭୁବନେଶ୍ବର: ଦେଶ ପାଳୁଛି 77ତମ ସ୍ବାଧିନତା ଦିବସ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବି ପାଳିତ ହୋଇଯାଇଛି ସ୍ୱାଧୀନତା ଦିବସ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭାପତି ମନମୋହନ ସାମଲ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । 2047 ମସିହାରେ ଭାରତବର୍ଷ ସ୍ୱାଧୀନତାର 100ତମ ବର୍ଷ ପୂରଣ କରିବ, ବିଶ୍ଵଗୁରୁ ହେବ । ଆଜିର ସ୍ୱାଧୀନତା ଦିବସ ସଂକଳ୍ପ ଏବଂ ପ୍ରେରଣାର ସ୍ୱାଧୀନତା ଦିବସ ହେବା ଆବଶ୍ୟକ ବୋଲି ମତ ରଖିଥିଲେ ମନମୋହନ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅର୍ଥନୀତି କ୍ଷେତ୍ରରେ ଭାରତ 5ମ ସ୍ଥାନରେ ରହିଛି । ଆଗକୁ ଏହାକୁ ତୃତୀୟ ସ୍ଥାନକୁ ନିଆଯିବ । ସ୍ୱାଧୀନତା ଦିବସ ଅବସରରେ ଅନ୍ୟାୟ ଓ ଭ୍ରଷ୍ଟାଚାର ଉପରେ ସ୍ୱର ଉଠାଇବାକୁ ରାଜ୍ୟବାସୀ ସଂକଳ୍ପ ନିଅନ୍ତୁ ବୋଲି ରାଜ୍ୟ ସଭାପତି କହିଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ସମେତ ବହୁ ବିଜେପି କର୍ମୀଙ୍କ ଉପସ୍ଥିତିରେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି ।
ଏହା ମଧ୍ୟ ପଢନ୍ତୁ-ମାଲକାନଗିରିରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ଇଟିଭି ଭାରତ, ଭୁବନେଶ୍ବର