ଜାମିଆ ମସଜିଦରେ ଇଫତାର ପାର୍ଟି, ସାମିଲ ହେଲେ ବୌଦ୍ଧ ଏସପି

By

Published : Apr 20, 2023, 1:22 PM IST

thumbnail

ବୌଦ୍ଧ: ବର୍ତ୍ତମାନ ଚାଲିଛି ମୁସଲମାନ ସମ୍ପ୍ରଦାୟର ପବିତ୍ର ମାସ ରମଜାନ । ଦିନ ତମାମ ରୋଜା ରଖିବା ପରେ ସନ୍ଧ୍ୟା ସମୟରେ ଆୟୋଜିତ ହେଉଛି ଇଫତାର ପାର୍ଟି ।  ଜିଲ୍ଲା ସଦର ମହକୁମା ଠାରେ ଥିବା ଜାମିଆ ମସଜିଦ ଠାରେ ଆନନ୍ଦ ଉଲ୍ଲାସର ସହିତ ରମଜାନ ମାସ ପାଳନ ହେଇଛି । ରମଜାନର ଅନ୍ତିମ ପର୍ଯ୍ୟାୟରେ ବୁଧବାର ମୁସଲମାନ ସଂପ୍ରଦାୟର ଭାଇ ଭଉଣୀ ମିଶି ଇଫତାର ମଜଲିସର ଆୟୋଜନ କରିଥିଲେ । ଏହି ମଜଲିସରେ ହିନ୍ଦୁ ଓ ମୁସଲମାନ ଏକାଠି ହୋଇ ଭାଇଚାରାର ବାର୍ତ୍ତା ବାଣ୍ଟିଥିବା ଦେଖିବାକୁ ମିଳିଥିଲା ।

ବୌଦ୍ଧ ଏସପି, ଉପଜିଲ୍ଲାପାଳ, ଆରଟିଓ, ପୌର ନିର୍ବାହୀ ଅଧିକାରୀ, ଲୋକ ସମ୍ପର୍କ ଅଧିକାରୀ ପ୍ରମୁଖ ଇଫତାର ମଜଲିସରେ ସାମିଲ ହୋଇଥିଲେ । ଅତିଥି ମାନେ ମୁସଲମାନ ଭାଇଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଭାଇଚାରା ବଜାୟ ରଖିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ମୁସଲମାନ ବସ୍ତିରେ ଶତାଧିକ ବର୍ଷର ଜାମିଆ ମସଜିଦ ଭାଇଚାରାର ଏକ ନିଦର୍ଶନ ସ୍ବରୂପ ଦଣ୍ଡାୟମାନ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମସଜିଦ ଠାରେ ଇଫତାର ପାର୍ଟିର ଆୟୋଜନ କରାଯାଇଥିଲା । ମୁସଲମାନ ସଂପ୍ରଦାୟର ଧର୍ମମାସ ରମଜାନ । ମୁସଲମାନ ମାନେ ଉପବାସ ବ୍ରତ ସହିତ ଅତ୍ୟନ୍ତ ନିଷ୍ଠାର ସହିତ ରମଜାନ ମାସକୁ ପାଳନ କରିଥାନ୍ତି । ରମଜାନ ମାସର ଅନ୍ତିମ ପର୍ଯ୍ୟାୟରେ ଇଫତାର ପାର୍ଟିର ଆୟୋଜନ କରାଯାଇଥାଏ । 

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.