thumbnail

World Cup 2023 : ବ୍ଲେଜ ଓ ଟୋଙ୍କ୍‌ ICC କ୍ରିକେଟ ବିଶ୍ବକପ ମାସ୍କଟ

By ETV Bharat Odisha Team

Published : Oct 1, 2023, 8:56 AM IST

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 3 ଦିନ । ଫ୍ୟାନ୍ସଙ୍କ ମଧ୍ୟରେ ଦ୍ବିଗୁଣିତ ହୋଇଛି କ୍ରେଜ । ଅକ୍ଟୋବର 5 ତାରିଖରୁ ଆରମ୍ଭ ହୋଇଯିବ କ୍ରିକେଟ ବିଶ୍ବକପ । ଏ ନେଇ ଆଇସିସି ବିଶ୍ବକପ ମାସ୍କଟ ନାମ ଘୋଷଣା କରିଛି । ବିଶ୍ବକପର ଦୁଇ ମାସ୍କଟର ନାମ ଯଥାକ୍ରମେ ବ୍ଲେଜ ଓ ଟୋଙ୍କ୍‌ ରଖାଯାଇଛି । ଗତ ଅଗଷ୍ଟ 29 ତାରିଖରେ ବିଶ୍ବକପ ମାସ୍କଟ ଉନ୍ମୋଚିତ ହୋଇଥିଲା । ମାତ୍ର ଏହାର ନାମକରଣ ହୋଇନଥିଲା । ମାସ୍କଟ୍‌ ନାମକରଣ ଲାଗି ବିଶ୍ବର କ୍ରୀଡ଼ାପ୍ରେମୀଙ୍କ ନେଇ ଅନ୍‌ଲାଇନ୍‌ରେ ଏକ ଭୋଟିଂ କରାଯାଇଥିଲା । ଭୋଟ ପରେ ମାସ୍କଟ୍‌ର ନାମ ଘୋଷଣା କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲି (ଆଇସିସି) । ଭୋଟିଂ ଜରିଆରେ କ୍ରିକେଟ ପ୍ରଶଂସକମାନେ ଦୁଇ ମାସ୍କଟ୍‌ର ନାମ ବାଛିଥିବା ଆଇସିସି ପକ୍ଷରୁ ସୂଚନା ମିଳିଛି । ବ୍ଲେଜ୍‌ ଓ ଟୋଙ୍କ୍‌ ନାମକୁ ଅଧିକ ଭୋଟ ମିଳିଥିଲା । ମହିଳା ମାସ୍କଟର ନାମ ବ୍ଲେଜ ଓ ପୁରୁଷ ମାସ୍କଟ୍‌ର ନାମ ଟୋଙ୍କ୍‌ ରଖାଯାଇଛି । ବିଶ୍ବକପ ମାସ୍କଟଟି ବିବିଧତା ଓ ଲିଙ୍ଗଗତ ସମାନତାର ବାର୍ତ୍ତା ଦେଇଛି ।

ଏହା ବି ପଢନ୍ତୁ...World Cup: ବିଶ୍ବକପ ମାସ୍କଟ ଉନ୍ମୋଚନ କଲା ଆଇସିସି, ଦେଲା ଲିଙ୍ଗଗତ ସମାନତା ବାର୍ତ୍ତା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.