thumbnail

ଅଜଣା ଜନ୍ତୁ ପରେ ନିଆଳିରେ ହେଟାବାଘ ଆତଙ୍କ

By ETV Bharat Odisha Team

Published : Dec 2, 2023, 8:42 AM IST

ନିଆଳି: କଟକ ଜିଲ୍ଲା ନିଆଳି ଥାନା ଟୋଲା ଗୋପିନାଥପୁର ଅଞ୍ଚଳରେ ହେଟାବାଘ ଆତଙ୍କ । ଯାହାକୁ ନେଇ ଅଞ୍ଚଳରେ ସୃଷ୍ଟି ହୋଇଛି କୋକୁଆ ଭୟ । ରାତିରେ କାହା ଗୁହାଳେ ପଶୁଛି ତ ଆଉ କାହା ଘର ପାଖରେ ଠିଆ ହେଉଛି । ଏନେଇ ଛୋଟ ପିଲାଟାରୁ ଆରମ୍ଭ କରି ଯୁବକମାନେ ଏହି ହେଟାବାଘକୁ ନେଇ ଭୟଭୀତରେ ଅଛନ୍ତି । ଜଙ୍ଗଲୀ ଜନ୍ତୁ ପାଇଁ କେତେବେଳେ କିଛି ଅଘଟଣ ମଧ୍ୟ ଘଟିପାରେ । ବାଘଟି ଜଙ୍ଗଲ ନିକଟସ୍ଥ ଆଖୁ ବିଲ, ଇଙ୍କଡ କିଆରି ଏବଂ ଗ୍ରାମ୍ୟ ଜଙ୍ଗଲ ମାନଙ୍କରେ ରହୁଥିବା ଅନୁମାନ କରାଯାଉଛି । ସେପଟେ  ଛେଳି, ଗାଈ ଗୋରୁ ଖାଇଯିବା ଆଶଙ୍କାରେ ସ୍ଥାନୀୟ ଲୋକମାନେ ହେଟା ବାଘ ଘଉଡାଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ତେଣୁ ତୁରନ୍ତ ଏହି ହେଟାବାଘକୁ ଧରିବା ପାଇଁ ବନବିଭାଗକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଏହା ମଧ୍ୟ ପଢନ୍ତୁ-କିଛିଦିନର ବ୍ୟବଧାନ ପରେ ପୁଣି କଲରାପତରିଆ ବାଘ ଆତଙ୍କ

ଏଠାରେ ସୂଚନାଯୋଗ୍ୟ ଯେ ଗତ କିଛି ବର୍ଷ ତଳେ ନିଆଳି ଏବଂ ଆଖପାଖ ଅଞ୍ଚଳରେ ଅଜଣା ଜନ୍ତୁଙ୍କ ଆକ୍ରମଣରେ ହଜାର ହଜାର ମେଣ୍ଢାଙ୍କ ଜୀବନ ଯାଇଛି । କିନ୍ତୁ ଅଦ୍ୟାବଧି ଅଜଣା ଜନ୍ତୁଙ୍କ ଠାବ କିମ୍ବା ଗତିବିଧି ବିଷୟରେ ଏବେ ସୁଦ୍ଧା ବନ ବିଭାଗ ସ୍ପଷ୍ଟ କରିପାରିନାହିଁ । ଅଜଣା ଜନ୍ତୁଙ୍କ ଆକ୍ରମଣ ଘଟଣା ଏବେ ବି ଲୋକଙ୍କ ମନରେ ତାଜା ହୋଇ ରହିଛି ।‌ ଏବେ ପୁଣି ସାମାଜିକ ଗଣମାଧ୍ୟମରେ ହେଟାବାଘ ଚଳପ୍ରଚଳନ କରୁଥିବା ଭିଡିଓ ଭାଇରାଲ ହେବା ପରେ ପଶୁପାଳକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି। ତେବେ ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ। 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.