thumbnail

By

Published : Aug 4, 2023, 9:26 PM IST

ETV Bharat / Videos

Viral Video: ଶାଢୀରେ ସିକ୍ରେଟ ପକେଟ କରି ସୁନା ଚୋରାଚାଲାଣ, ଧରିଲା କଷ୍ଟମ ବିଭାଗ

ହାଇଦ୍ରାବାଦ: ସୁନା କାରବାରର ନୂଆ ତରିକା ଆପଣାଇଲେ ବିମାନ ଯାତ୍ରୀ । ଶାଢୀରେ ପକେଟ କରି ବେଆଇନ ଭାବେ ଆଣୁଥିଲେ ସୁନା । ଦୁବାଇରୁ ଏହି ସୁନା ହାଇଦ୍ରାବାଦକୁ ଚାଲାଣ ହେଉଥିଲା । ମାତ୍ର ଯାଞ୍ଚ ସମୟରେ ମାଡି ବସିଛି କଷ୍ଟମ ବିଭାଗ । ଉକ୍ତ ଯାତ୍ରୀଙ୍କଠାରୁ ପ୍ରାୟ ୪୬୧ ଗ୍ରାମର ସୁନା ଜବତ ହୋଇଛି । ଯାତ୍ରୀ ଜଣକ ନିଜ ବ୍ୟାଗରେ ଏକ ଶାଢୀ ରଖିଥିଲେ । ଆଉ ଶାଢୀ ଭିତରେ ଏକ ସିକ୍ରେଟ ପକେଟ ରହିଥିଲା । ଯେଉଁଠାରେ ସୁନା ରଖାଯାଇଥିଲା । ତେବେ ଯାଞ୍ଚ ସମୟରେ ଏହାକୁ ଜବତ କରାଯାଇଛି । ଏହି ସୁନାର ମୂଲ୍ୟ ୨୮ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି । ସୁନା ଜବତ ହେବା ପରେ ଯାତ୍ରୀଙ୍କ ବିରୋଧରେ କଷ୍ଟମ ଅଧିନିୟମ ୧୯୬୨ ଅନୁସାରେ ମାମଲା ରୁଜୁ କରାଯାଇଛି । ତେବେ ଦୁବାଇରୁ ଅନେକ ଥର ସୁନା ଚୋରା ଚାଲାଣ ହେଉଥିବା ବେଳେ ଦିନକୁ ଦିନ ଏହା ବୃଦ୍ଧି ପାଉଛି । ଚାଲାଣକାରୀମାନେ ନୂଆ ନୂଆ ପନ୍ଥା ଆପଣାଇ ଏହି ଚୋରା ଚାଲାଣ କରୁଛନ୍ତି । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.