ରାସ୍ତା ଉପରେ ସ୍ବାମୀର କଲର ଧରି ସ୍ତ୍ରୀର ତାଗିଦ, ଭିଡିଓ ଭାଇରାଲ - ରାସ୍ତା ଉପରେ ମାରପିଟ ହେଲେ ଦମ୍ପତି
🎬 Watch Now: Feature Video
ରାୟପୁର: ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଘରକଳି । ରାସ୍ତା ଉପରେ ମାରପିଟ ହେଲେ ଦମ୍ପତି । ଏଭଳି ଏକ ଘଟଣା ଛତିଶଗଡ଼ ମନେନ୍ଦ୍ରଗଡ଼ କୋର୍ଟ ପରିସରରେ ଦେଖିବାକୁ ମିଳିଛି (Husband wife fight outside Manendragarh court ) । ପତ୍ନୀ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟରେ ଆବେଦନ କରିବାକୁ ଆସିଥିବା ସ୍ବାମୀ ଆସିଥିଲେ । କୋର୍ଟ ପରିସରରେ ସେ ନିଜ ପତ୍ନୀଙ୍କ ହାବୁଡ଼ରେ ପଡ଼ିଥିଲେ । ଏହାପରେ ପତ୍ନୀ ତାଙ୍କ ସ୍ବାମୀଙ୍କ କଲର୍ ଧରି ଗାଳି କରିଥିଲେ ଓ ସନ୍ତାନଙ୍କ ଖର୍ଚ୍ଚ ପାଇଁ ଅର୍ଥ ଦେବା ଲାଗି ଦାବି କରିଥିଲେ । ଏହାପରେ ବ୍ୟକ୍ତି ଜଣକ କୋତବାଲି ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ଉଭୟଙ୍କ ବୟାନ ରେକର୍ଡ କରିଛି । ଦେଖନ୍ତୁ ଭିଡିଓ
Last Updated : Feb 3, 2023, 8:35 PM IST