thumbnail

By ETV Bharat Odisha Team

Published : Dec 2, 2023, 4:07 PM IST

ETV Bharat / Videos

ଶହେ ଲିଟର ଦେଶୀ ମଦ ଜବତ: ଅସ୍ଥାୟୀ ଦୋକାନ ଭାଙ୍ଗିଲା ପୋଲିସ

ରାୟଗଡ଼ା: ବେଆଇନ ମଦ ଦୋକାନ ଭାଙ୍ଗିଲା ପୋଲିସ । ଶହେ ଲିଟର ଦେଶୀ ମଦ ଜବତ । ଅସ୍ଥାୟୀ ଦୋକାନରେ ବିକ୍ରି ହେଉଥିଲା ମଦ ଓ ଗଞ୍ଜେଇ । ୩୨୬ନଂ ଜାତୀୟ ରାଜପଥର ଗଜପତି ଛକ ଠାରୁ ପୋଲିସ ଏସଡିପିଓ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ଥିବା ସମସ୍ତ ଅସ୍ଥାୟୀ ଦୋକାନକୁ ଭାଙ୍ଗିଲା ପୋଲିସ ।  

ରାୟଗଡ଼ା ସହରରେ ଚାଲିଥିବା ବେଆଇନ ମଦ ବିକ୍ରି କାରବାର ଉପରେ ଅଙ୍କୁଶ ଲଗାଇଛି ପୋଲିସ । ସହରର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଗଞ୍ଜେଇ ଓ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ ଆସୁଥିଲା । ବିଶେଷ କରି ରାୟଗଡା ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥର ଗଜପତି ଛକ ଠାରୁ ପୋଲିସ ଏସଡିପିଓ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ବିଭିନ୍ନ ଅସ୍ଥାୟୀ ଦୋକାନ କରି ସେଠାରେ ବେଆଇନ ଭାବେ ମଦ ଓ ଗଞ୍ଜେଇ ବିକ୍ରି ଚାଲୁଥିଲା । ଏହି ବିକ୍ରି ଯୋଗୁଁ ଉକ୍ତ ଅଂଚଳରେ ରାତିରେ ମଦୁଆଙ୍କ ଦୌରାତ୍ମ୍ୟ ବଢିବା ସହ ରାୟଗଡା ସହରବାସୀ ଦୁର୍ବ୍ୟବହାରର ଶିକାର ହେଉଥିଲେ । ଏନେଇ ବହୁଥର ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଖବରର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ଅଜି ପୁଲିସ ଉକ୍ତ ଅସ୍ଥାୟୀ ଦୋକାନ ଗୁଡ଼ିକୁ ଭାଙ୍ଗି ଦେଇଛି । ଏହି ଦୋକାନଗୁଡ଼ିକ ଯୋଗୁଁ ସେଠାରେ ରହିଥିବା ରେଳ ବିଭାଗ କାନ୍ଥରେ ସୌନ୍ଦର୍ଯ୍ୟକରଣ ନଷ୍ଟ ହେଉଥିଲା  । ତେଣୁ ପୋଲିସ ଏହି ବେଆଇନ କାରବାର ରୋକିବା ପାଇଁ ସମସ୍ତ ଦୋକାନ ଘର ଭାଙ୍ଗିବା ସହିତ ଗଚ୍ଛିତ ରହିଥିବା ଶହେ ଲିଟର ମଦ ଜବତ କରିଛି ।  

ଏହା ମଧ୍ୟ ପଢ଼ନ୍ତୁ....ରାଉରକେଲାରେ ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ ପାଳନ

ଆଗାମୀ ଦିନରେ ସେଠାରେ ଆଉ ଦୋକାନ ନକରିବାକୁ ଆଇଆଇସି କେକେବିକେ କହଁର କଡ଼ା ଚେତାବନୀ ଦେଇଛନ୍ତି । ଏହି ଚଢ଼ଉରେ ୧୦୦ ଲିଟର ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଥିବା ଆଇଆଇସି କହଁର ସୂଚନା ଦେଇଛନ୍ତି । ଏହି ବେଆଇନ ଦୋକାନ ଉଚ୍ଛେଦ ସମୟରେ ଆଇଆଇସିଙ୍କ ନେତୃତ୍ୱରେ ଏସଆଇ ବିଘ୍ନେଶ୍ୱର ସାହୁ, ସନ୍ଧ୍ୟାରାଣୀ ତିର୍କୀ, ଏଏସଆଇ ମନ୍ମଥ କୁମାର ସିଂଙ୍କ ସମେତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.