ଭଡ଼ା ଘରେ ଗଞ୍ଜେଇ କାରବାର; କୋରାପୁଟରୁ ଆଣୁଥିଲେ, କୋଲକାତାରେ ବିକ୍ରି - ଗଞ୍ଜେଇ କାରବାରର ହଟସ୍ପଟ ପାଲଟିଛି ବଲାଙ୍ଗୀର
🎬 Watch Now: Feature Video
ବଲାଙ୍ଗୀର: ଗଞ୍ଜେଇ କାରବାରର ହଟସ୍ପଟ ପାଲଟିଛି ବଲାଙ୍ଗୀର ଜିଲ୍ଲା । କ୍ରମାଗତ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ କାରବାର ନେଇ ଘଟଣା ସାମ୍ନାକୁ ଆସୁଛି । ଏହି କ୍ରମରେ ପୁଣି ପେଲେସ ଲାଇନ ଛକଠାରେ ଥିବା ଏକ ଭଡ଼ା ଘରୁ ଏକ କ୍ବିଣ୍ଟାଲ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ଏହି ଘଟଣାରେ ତିନି ବନ୍ଧୁଙ୍କୁ ପୋଲିସ ଗିରଫ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଦୀର୍ଘ ମାସେ ଦୁଇ ମାସ ହେବ ଫୁଲବାଣୀ ଓ କୋରାପୁଟ ଜିଲ୍ଲାରୁ ଗଞ୍ଜେଇ ଆଣି ଏମାନେ ଏକ କେଜି ହିସାବରେ ତାକୁ ଭର୍ତ୍ତି କରୁଥିଲେ ଏବଂ ତାକୁ ପୁଣି ବିଭିନ୍ନ ଜିଲ୍ଲା ସମେତ କୋଲକାତା ଅଞ୍ଚଳରେ ବିକ୍ରି କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ପୋଲିସ ଖବର ପାଇବା ପରେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ଉକ୍ତ ଘରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ପ୍ରାୟ 92 କେଜି ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଭର୍ତ୍ତି ପାଇଁ ବ୍ୟବହୃତ ସାମଗ୍ରୀ ମଧ୍ୟ ପୋଲିସ ଜବତ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ଯଥାଶୀଘ୍ର ତାକୁ ଧରିବା ନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ସୂଚନା ଦେଇଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର