ଆଡପ ମଣ୍ଡପରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ, ଆଜି ବାହୁଡିବେ ବଡଠାକୁର

By

Published : Jun 28, 2023, 8:33 AM IST

thumbnail

ବୌଦ୍ଧ: ଆଉ କିଛି ଘଣ୍ଟା ପରେ ବଡଠାକୁର ଶ୍ରୀମନ୍ଦିରକୁ ବାହୁଡିବେ । ଏହା ପୂର୍ବରୁ ସଂଧ୍ୟା ଦର୍ଶନ ପାଇଁ ଆଡପ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଭାଇ ଭଉଣୀଙ୍କୁ ସାଥୀରେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାବାହୁ । ବାହୁଡା ଯାତ୍ରା ପୂର୍ବରୁ ମଙ୍ଗଳବାର ଆଡପ ମଣ୍ଡପରେ ଠାକୁରଙ୍କ ସଂଧ୍ୟା ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ପହଞ୍ଚି ଶ୍ରୀଜୀଉଙ୍କ ଦିବ୍ୟ ଦର୍ଶନ କରିଥିଲେ । ଗତକାଲି ଠାରୁ ମହାରଣା ସେବାୟତ ରଥ ମରାମତି କରି ବୁଧବାର ବାହୁଡା ଯାତ୍ରା ନେଇ ରଥକୁ ଉତ୍ତର ମୁଖା କରାଯାଇଛି । ବୌଦ୍ଧର ବିଭିନ୍ନ ସ୍ଥାନରେ ଥିବା ମାଉସୀ ମା ମନ୍ଦିରରେ ମଙ୍ଗଳବାର ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ ଶ୍ରଦ୍ଧାଳୁ । ଜିଲ୍ଲା ସଦର ମହକୁମାର ଐତିହାସିକ ଶ୍ରୀଜଗନ୍ନାଥ ମନ୍ଦିର ଅଭିମୁଖେ ବାହାରିବେ ବଡଠାକୁର ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.