ଅଖିଳ ଭାରତ ଯାଦବ ମହାସଭା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ହିତେଶ କୁମାର ବଗର୍ତ୍ତି - ଖଡ଼ିଆଳର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି
🎬 Watch Now: Feature Video
ନୂଆପଡା: ଅଖିଳ ଭାରତ ଯାଦବ ମହାସଭା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେଲେ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି । ଯାଦବ ସମାଜ ସଭାପତି ଶୁକୃ ବାଗ ଓ ସମ୍ପାଦକ ସୁନୀଲ ନାଗଙ୍କ ନେତୃତ୍ୱରେ ଶତାଧିକ ଯାଦବ ସଦସ୍ୟ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ଖଡ଼ିଆଳ ନଗର ଯାଦବ ସମାଜ ସଭାପତି ଶୁକୃ ବାଗ କହିଛନ୍ତି,"ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେ ଜଣେ ଦକ୍ଷ ସଂଗଠକ ଅଟନ୍ତି । ଜଣେ ସରଳ ନିଷ୍କପଟ ସଚ୍ଚୋଟ ବ୍ୟକ୍ତିତ୍ବ ଅଟନ୍ତି । ଦୃଢ଼ ମନୋଭାବ କଠୋର ପରିଶ୍ରମ ଅଦମ୍ୟ ସାହସିକତା ରହିଛି ବଗର୍ତ୍ତିଙ୍କ ପାଖରେ । ଜିଲ୍ଲାରେ ଯାଦବ ସମାଜ ସମେତ ଅନ୍ୟାନ୍ୟ ସମାଜର ନେତୃ ମଣ୍ଡଳୀମାନଙ୍କ ସହିତ ବଗର୍ତ୍ତିଙ୍କ ସୁସମ୍ପର୍କ ରହିଛି । ଯାହାଫଳରେ ଆଜି ଅଖିଳ ଭାରତ ଯାଦବ ମହାସଭା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇପାରିଛନ୍ତି । ଆଗାମୀ ଦିନରେ ହିତେଶ ବଗର୍ତ୍ତିଙ୍କ ମାର୍ଗଦର୍ଶନରେ ଯାଦବ ସମାଜକୁ ସୁସଂଗଠନ କରି ଆଗେଇ ନେବେ ।"
ଇଟିଭି ଭାରତ, ନୂଆପଡା