ନୂଆବର୍ଷ ୨୦୨୪: ବନ୍ଧୁ ପରିଜନକୁ ଶୁଭେଚ୍ଛା ଜଣାଇବା ପାଇଁ ଫୁଲ ଦୋକାନରେ ଭିଡ

🎬 Watch Now: Feature Video

thumbnail

New Year 2024: ଭୁବନେଶ୍ବର: ବିଦାୟ ନେଇଛି ପୁରୁଣା ବର୍ଷ  । ଆରମ୍ଭ ହୋଇଛି ବର୍ଷ ୨୦୨୪  । ରାଜଧାନୀବାସୀ ପୁରାତନ ବର୍ଷକୁ ବିଦାୟ ଦେବା ସହିତ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି । ଏହି ଦିନ ଓ ଆସନ୍ତା ଦିନ ଗୁଡିକ କିପରି ଭଲରେ ଓ ସୁଖରେ କଟିବ ସେନେଇ ସମସ୍ତେ ପ୍ରଭୁ କୃପା ଲାଭ କରିବା ପାଇଁ ଦେବାଳୟ ଯାଉଛନ୍ତି । ଆଉ କିଏ ଏହି ଦିନକୁ ସ୍ମରଣୀୟ କରିବା ପାଇଁ ସମସ୍ତ ବନ୍ଧୁ ପରିଜନକୁ ଶୁଭେଚ୍ଛା ଜଣାଇ ମିଠା ଖୁଆଇ ଫୁଲ ତୋଡା ଦେଉଛନ୍ତି । ଏନେଇ ରାଜଧାନୀର ଫୁଲ ଦୋକାନରେ ଲାଗିଛି ଭିଡ।  ରଙ୍ଗୀନ ଫୁଲର ସମ୍ଭାର ସହ ଫୁଲ ଦୋକାନଗୁଡିକ ସଜେଇ ହୋଇଥିବା ବେଳେ ତୋଡ଼ା କିଣିବାକୁ ସକାଳୁ ଲାଗିଛି ଲୋକଙ୍କ ଭିଡ । କେବଳ ପ୍ରିୟଜନ ନୁହେଁ ନେତା ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କର୍ମୀ ଓ ସାଧାରଣ ଲୋକେ ମଧ୍ୟ ଫୁଲତୋଡ଼ା କିଣି ନେଉଛନ୍ତି । ଫୁଲର ସମ୍ଭାର ଭିତରେ ତୋଡ଼ାଗୁଡ଼ିକ ବେଶ ସୁନ୍ଦର ଦେଖାଯାଉଛି । ୧୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଓ ୫୦୦୦ ପର୍ଯ୍ୟନ୍ତ ଫୁଲତୋଡ଼ା ରହିଛି । ନୂଆ ବର୍ଷରେ ଫୁଲର ସମ୍ଭାରକୁ ନେଇ ବ୍ୟବସାୟୀ ଭଲ ବ୍ୟବସାୟର ଆଶା ରଖିଛନ୍ତି । ଶୁଭେଚ୍ଛା ଫୁଲତୋଡ଼ା ସହ ହୋଇଥିବା ବେଳେ ରାଜଧାନୀର ଫୁଲ ଦୋକାନରେ ଲାଗିଛି ଭିଡ଼ ।

ଏହା ମଧ୍ୟ ପଢନ୍ତୁ- ନୂଆ ଆଶା, ଆକାଂକ୍ଷା ଓ ସମ୍ଭାବନାକୁ ଆସିଛି ନବ ବର୍ଷ, ଧୁମଧାମରେ ସ୍ବାଗତ କଲେ ବିଶ୍ବବାସୀ

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.