ଅସରାଏ ବର୍ଷା: ଜଟଣୀ ପିପିଲି ମୁଖ୍ୟ ରାସ୍ତା ଉପରେ ମୁଣ୍ଡ ଉଚ୍ଚରେ ପାଣି, ଯାତାୟାତ ଠପ

By

Published : May 5, 2023, 6:36 PM IST

thumbnail

ଖୋର୍ଦ୍ଧା : କାଳବୈଶାଖୀ ବର୍ଷାରେ ବେହାଲ ଜଟଣୀ ସହର । ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଖୋର୍ଦ୍ଧା ଜଟଣୀ ଅଞ୍ଚଳରେ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ବ  ସମୟ ଧରି ମୂଷଳ ଧାରାରେ ବର୍ଷା ଲାଗି ରହିଥିଲା । ପ୍ରବଳ ବର୍ଷାରୁ ଧନ ଜୀବନ ଅସ୍ତବ୍ୟସ୍ତ ହେବା ସହିତ ରାସ୍ତା ଉପରେ ଆଣ୍ଠୁଏ ଉଚରେ ପାଣି ଚାଲିଥିଲା । ଏହା ପ୍ରଭାବରେ ମ୍ୟୁନିସପାଲଟିରେ କୃତିମ ବନ୍ୟା ସୃଷ୍ଟି ପରିସ୍ଥିତି ହୋଇଥିଲା । ଯାହାଦ୍ବାରା ପୌର ପରିଷଦର ବର୍ଷା ଜଳ ନିୟନ୍ତ୍ରଣ ଓ ଡ୍ରେନେଜର ତୃଟି ପଦାରେ ପଡିଥିଲା । ସେହିପରି ଖୋର୍ଦ୍ଧାରୁ ପିପିଲିକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ମୁଣ୍ଡ ଉଚ୍ଚରେ ପାଣି ଚାଲିଥିଲା । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଓ ରାସ୍ତାର ଦୁଇ ପାର୍ଶ୍ଵରେ ସହ ସହ ଗାଡି ଅଟକି ରହିଥିଲା । ଅସରାଏ ବର୍ଷାରେ ଯଦି ଏଭଳି ଅବସ୍ଥା ତେବେ ବର୍ଷା ଦିନରେ କିଭଳି ଅବସ୍ଥା ହେବ ତାହା ଏଥିରୁ ଅନୁମାନ ହେଉଛି ।

ଇଟିଭି ଭାରତ , ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.