Watch: ଟ୍ବିନ ସିଟିରେ ପ୍ରବଳ ବର୍ଷା, ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ

🎬 Watch Now: Feature Video

thumbnail

ଭୁବନେଶ୍ବର: ଟ୍ବିନ ସିଟିରେ ପ୍ରବଳ ବର୍ଷା । ଭୁବନେଶ୍ବର ଓ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ପାଣିପାଗ ବିଭାଗର ସୂଚନା । ଏହାସହ ବର୍ଷାକୁ ନେଇ ଉପୁଜିବାକୁ ଥିବା ଜଳବନ୍ଦୀ ସମସ୍ୟାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ସେହିପରି ସହରର ଅଣ୍ଡର ପାସ ଓ ତଳିଆ ଅଞ୍ଚଳରେ ପ୍ରଵଳ ବର୍ଷାକୁ ନେଇ ପାଣି ଜମି ରହୁଥିବାରୁ ସେତିକି ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ବାରଣ କରିଛି ପାଣିପାଗ ବିଭାଗ । ତେବେ ଆଜି ସକାଳ ୮.୩୦ ସୁଧା କଟକ ସହରରେ ୪୧.୮ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୪.୭ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ପାରାଦ୍ବୀପରେ ସର୍ବାଧିକ ୧୦୫ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀରେ ୮୬.୬ ମିମି, ଢେଙ୍କାନାଳରେ ୭୦ ମିମି ବର୍ଷା ରେକର୍ଡ ହୋଇଛି । ସେପଟେ ଟ୍ଵିନ ସିଟିରେ ଲଗାତାର 2ଘଣ୍ଟାରେ ବର୍ଷକୁ ନେଇ ବେହାଲ ଭୁବନେଶ୍ୱର । ବର୍ଷା ସମୟରେ ପାଣି ନିଷ୍କାସନ ହୋଇ ନପାରିବାରୁ ସହରରେ କୃତ୍ରିମ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।  

ସେପଟେ ମୌସୁମୀ ସକ୍ରିୟ ସହ ଲଘୁଚାପ ସମ୍ଭାବନାକୁ ନେଇ ବଢିବ ବର୍ଷାର ବିସ୍ତୃତି । ଆହୁରି 3ଦିନ ଲାଗି ରହିବ ବର୍ଷା । ୧୯ରୁ ପ୍ରବଳ ବର୍ଷା ସମ୍ଭାବନା । ଏହି ଲଘୁଚାପଟି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବାବେଳେ ୨୧ରେ ଏହା ଅବପାତ ଓ ୨୨ ରେ ଗଭୀର ଅବପାତ ନେବାର ସମ୍ଭାବନା ରହିଛି । ଗଭୀର ଅବପାତର ରୂପ ନେବା ପରେ ଏହା ଯେତେବେଳେ ଉପକୂଳ ଅତିକ୍ରମ କରିବ ସେତେବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୧୮ ରୁ ୨୭ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ ।

   ଏହା ମଧ୍ୟ ପଢନ୍ତୁ- Weather Update: ଆଗାମୀ ୪ ଦିନ ବର୍ଷା ସମ୍ଭାବନା, ଆଜି ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.