Low Pressure, ଆସନ୍ତା ୧୨ ଘଣ୍ଟା ଯାଏଁ ଉତ୍ତର ପଶ୍ଚିମ ଜିଲ୍ଲାରେ ପ୍ରବଳ ବର୍ଷା

By

Published : Aug 20, 2022, 12:27 PM IST

Updated : Feb 3, 2023, 8:27 PM IST

thumbnail
ଅବପାତରେ ପରିଣତ ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ପଶ୍ଚିମାଞ୍ଚଳ ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଗତକାଲି ଲଘୁଚାପ ଅବପାତର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିସାରିଥିବାରୁ ବାତ୍ୟା ହେବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ଆଇଏମଡି ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର । ଏହା ବର୍ତ୍ତମାନ ଝାଡ଼ଖଣ୍ଡ ଉପରେ ଜାମସେଦପୁର ଠାରୁ ପ୍ରାୟତଃ ୪୦ କିମି ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି । ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଉତ୍ତର ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଦେଇ ମଧ୍ୟପ୍ରଦେଶ ଆଡ଼କୁ ମୁହାଁଉଛି ବୋଲି କହିଛନ୍ତି IMD ଡ଼ିଜି । ଇଟିଭି ଭାରତ, ଭୁବନେଶ୍ବର
Last Updated : Feb 3, 2023, 8:27 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.