ପଶ୍ଚିମା ଝଡ ପ୍ରଭାବ, ବ୍ୟାପକ କ୍ଷୟକ୍ଷତି ସହ ବିଦ୍ୟୁତ୍ ସେବା ବିଚ୍ଛିନ୍ନ - କୁଆ ପଥର ବର୍ଷା ସହ ଝଡ ତୋଫାନ

🎬 Watch Now: Feature Video

thumbnail

By

Published : Mar 20, 2023, 10:26 PM IST

ବଲାଙ୍ଗୀର : ବଲାଙ୍ଗୀରରେ ପଶ୍ଚିମା ଝଡର ତାଣ୍ଡବ । କୁଆ ପଥର ବର୍ଷା ସହ ଝଡ ତୋଫାନ । ମାତ୍ର କେଇ ଘଣ୍ଟାର ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିଛି । ବର୍ଷା ସହ ପ୍ରବଳ ବେଗ କାରଣରୁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଆବରୋଧ ହୋଇଛି । ଆଜି ଅପରାହ୍ନ ସମୟରେ ବଲାଙ୍ଗୀରରେ ପ୍ରବଳ ବେଗରେ ପବନ ବହିବାକୁ ଲାଗିଥିଲା । ଏହାସବ ପ୍ରବଳ କୁଆପଥର ବର୍ଷା ମଧ୍ୟ ହୋଇଥିଲା । ଏହା ଅତି ଅଳ୍ପ ସମୟ ପାଇଁ ହୋଇଥିଲେ ମଧ୍ୟ ଏଠି ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯେଉଁଥିରେ ସହରରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡିଛିଲା । ସେହିପରି ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଅନେକ ସ୍ଥାନରେ ଉପୁଡ଼ି ପଡିଛିଲା । ସେହିପରି ଟିଟିଲାଗଡ ରାସ୍ତାର ପ୍ଲେସ ଲାଇନ୍ ଛକ, ପିଡବ୍ଲୁଡ଼ି ଛକ ରେ ମଧ୍ୟ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ସମାନ ଭାବରେ ବଲାଙ୍ଗୀର ସୋନପୁର ରାସ୍ତା ବଲାଙ୍ଗୀର ମେଡିକାଲ୍ କଲେଜ ପାଖରେ ମଧ୍ୟ ଗଛ ଉପୁଡ଼ି ପଡ଼ିଛି । ସହରରେ ବିଦ୍ୟୁତ୍ ସରବରାହ ଠିକ କରିବା ପାଇଁ ବିଦ୍ୟୁତ୍ ବିଭାଗ ମଧ୍ୟ ତାଙ୍କର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ପଶ୍ଚିମା ଝଡ ଦ୍ଵାରା ସହର ଆଖପାଖରେ ହୋଇଥିବା ଫଳ ଚାଷ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଯେଉଁଥିରେ ଆମ୍ବ ଚାଷକୁ ବ୍ୟାପକ କ୍ଷତି ପହଞ୍ଚି ଥିବାର ଜଣା ପଡ଼ିଛି  । ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.