thumbnail

ଲଗାଣ ବର୍ଷାରେ ବେହାଲ କେନ୍ଦ୍ରାପଡା, ଅନେକ ପରିବାର ଜଳବନ୍ଦୀ

By

Published : Aug 11, 2022, 4:56 PM IST

Updated : Feb 3, 2023, 8:26 PM IST

କେନ୍ଦ୍ରାପଡା: ବର୍ଷାରେ ବେହାଲ କେନ୍ଦ୍ରାପଡା । ଅବିଶ୍ରାନ୍ତ ବର୍ଷା ଫଳରେ ଗ୍ରାମରେ ପଶିଲା ପାଣି । ଗ୍ରାମର କିଛି ବ୍ୟକ୍ତି ସରକାରୀ ଜମିକୁ ଜବରଦଖଲ କରିବା ସହ ଜଳ ନିଷ୍କାସନ ପଥକୁ ଅବରୋଧ କରିଥିବାରୁ ବେରୁହାଁ ଗ୍ରାମର ୬୦ରୁ ୭୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ । ଜଳବନ୍ଦୀ ହୋଇ ରହିଥିବାରୁ ଆଣ୍ଠୁଏ ପାଣିରେ ରାସ୍ତା ପାର୍‌ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଏନେଇ ଗ୍ରାମବାସୀଙ୍କ ଅଭିଯୋଗ ପରେ ଅତିରିକ୍ତ ତହସିଲଦାର ଘଟଣାସ୍ଥଳ ପରିଦର୍ଶନ କରିବା ସହ ସମସ୍ୟାର ସମାଧାନ ନହେଲେ ତହସିଲଦାରଙ୍କ କାର୍ଯ୍ଯାଳୟ ଘେରାଉ କରିବା ପାଇଁ ଚେତାବନୀ ଦେଇଛନ୍ତି । ଇଟିଭି ଭାରତ, କେନ୍ଦ୍ରାପଡା
Last Updated : Feb 3, 2023, 8:26 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.