ବାଲିଯାତ୍ରାର ଭ୍ରମ ସୃଷ୍ଟି, ଦେବୀଗଡାରେ ଖଚାଖଚ ଭିଡ଼

🎬 Watch Now: Feature Video

thumbnail

କଟକ: ବାଲିଯାତ୍ରାର ଭ୍ରମ ସୃଷ୍ଟି କରୁଛି ଦେବୀଗଡ଼ା । କଟକର ଦେବୀଗଡାଠାରେ ମାଆ ଦୁର୍ଗାଙ୍କ ମେଲାଣୀ ସରିଥିବା ବେଳେ ଲୋକଙ୍କ ଭିଡ କିନ୍ତୁ କମିବାର ନାଁ ଧରୁନି । କାହିଁକି ନା ଉଠା ବେପାରୀମାନଙ୍କ ଭଳିକି ଭଳି ସାମଗ୍ରୀର ପସରା ଜମିଛି ଏଠି । ଏଥିସହ ସୁସ୍ୱାଦୁ ଖାଦ୍ୟ ମଧ୍ୟ ମଜା ନେଇ ପାରୁଛନ୍ତି ଲୋକେ । ଅନ୍ୟପଟେ ବ୍ୟବସାୟୀମାନେ ମଧ୍ୟ ବେଶ ଲାଭବାନ ହେଉଥିବା କହିଛନ୍ତି । ଗୁପ୍‌ଚୁପ୍‌, ଚାଟ୍‌,କୋଲା, ଆଇସକ୍ରିମ, ପିଲାମାନଙ୍କ ପାଇଁ କଣ୍ଢେଇ ଓ ନାନା ରକମର ଆଇଟମ ମଧ୍ୟ ଦେବୀଗଡାରେ ଉପଲବ୍ଧ ରହିଛି । ଦିନର ଭିଡ଼ ଅପେକ୍ଷା ରାତିରେ ପ୍ରବଳ ଭିଡ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ..ଆଧୁନିକତା ମାଡ଼ରେ ଘାଇଲା ରିକ୍ସାବାଲା; କଟକ ଦୁର୍ଗାପୂଜାରେ ଆଉ ଶୁଭୁନି ରିକ୍ସାବାଲା...ରିକ୍ସାବାଲା

ଅନ୍ୟପଟେ ପୋଲିସ ଓ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମୁତୟନ ରହିଛନ୍ତି । ତେବେ ବାଲିଯାତ୍ରାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଦେବୀଗଡାରେ ଏଭଳି ଭିଡ ବାଲିଯାତ୍ରାର ଚିତ୍ରକୁ ତାଜା କରିଦେଉଛି ।
ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.