Silver Ram Temple: ରୂପାର ରାମ ମନ୍ଦିର ନିର୍ମାଣ, ଦାମ ରହିଛି ଏଭଳି - ସୁରତରେ ରୂପାର ରାମ ମନ୍ଦିର ନିର୍ମାଣ

🎬 Watch Now: Feature Video

thumbnail

By

Published : Mar 21, 2023, 10:29 PM IST

ଗାନ୍ଧୀନଗର: ରୂପାରେ ନିର୍ମାଣ ହୋଇଛି  ଭବ୍ୟ ଦିବ୍ୟ ଦିବ୍ୟ ରାମ ମନ୍ଦିର । ଗୁଜୁରାଟ ସୁରତ ସହରରେ ଥିବା ଖୁସଲଭାଇ ଜ୍ବେଲେରୀ ରୂପାର ଏହି ରାମ ମନ୍ଦିର ନିର୍ମାଣ କରିଛି । ଭଗବାନ ରାମଲାଲାଙ୍କ ଜନ୍ମଭୂମି ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ଦିବ୍ୟ ରାମ ମନ୍ଦିର ଅବିକଳ ନକଲ ହେଉଛି ଏହି ରୂପାର ରାମ ମନ୍ଦିର । ଦେଶର ଧର୍ମୀୟ ଭାବନାକୁ ଦୃଷ୍ଟିରେ ରଖି ଜ୍ବେଲେରୀ ପକ୍ଷରୁ 4 ଟି ମନ୍ଦିର ନିର୍ମାଣ ହୋଇଛି । 4 ଟି ମନ୍ଦିରର ଓଜନ ଓ ଦାମ ଭିନ୍ନ ଭିନ୍ନ ରହିଛି । ସବୁଠାରୁ ଛୋଟ ମନ୍ଦିର 650 ଗ୍ରାମ ରୂପାରେ ନିର୍ମାଣ ହୋଇଛି । ଯାହାର ଦାମ 80 ହଜାର ରହିଛି । ସବୁଠାରୁ ବଡ ରାମ ମନ୍ଦିରର ନିର୍ମାଣ 5 କେଜି ରୂପାରେ ହୋଇଛି । ଯାହାର ଦାମ ସାଢେ 5 ଲକ୍ଷ ରହିଛି । ଏହାକୁ ନିର୍ମାଣ କରିବା ପାଇଁ 2 ମାସ ସମୟ ଲାଗିଥିବା ଜ୍ବେଲେରୀ ପକ୍ଷରୁ କୁହାଯାଇଛି । ଏହାକୁ ନେଇ ଜ୍ବେଲେରୀର ମାଲିକ ଦୀପକ ଚୋକସୀ କହିଛନ୍ତି ରାମ ମନ୍ଦିର ହେଉଛି ରାଷ୍ଟ୍ର ମନ୍ଦିର ।  ନିର୍ମାଣ ହେଉଥିବା ମନ୍ଦିର ହେଉଛି ଭାରତୀୟ ସଂସ୍କୃତ ଆସ୍ଥା ବିଶ୍ବାସର କେନ୍ଦ୍ର ।  ତେଣୁ ଧର୍ମ ଓ ସଂସ୍କୃତିର ପ୍ରଚାର ପ୍ରସାର  ପାଇଁ ଏହି ପରିକଳ୍ପନା କରାଯାଇଛି । ରୂପାରେ ନିର୍ମାଣ ହୋଇଥିବା ମନ୍ଦିର ବ୍ୟବସାୟ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ।  

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.