thumbnail

By

Published : Jun 5, 2023, 9:51 PM IST

ETV Bharat / Videos

SCBରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ, ସେବା ପାଇଁ ଜଣାଇଲେ ସାଧୁବାଦ

କଟକ: SCB ମେଡିକାଲରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲ । ବାହାନଗା ଟ୍ରେନ ଦୁର୍ଘଟଣାରେ ଅନେକ ଆହତ ବର୍ତ୍ତମାନ SCBରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଛନ୍ତି ରାଜ୍ୟପାଳ । ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ ତଥା ବିଭିନ୍ନ ରାଜ୍ୟରୁ ଆସିଥିବା ଯାତ୍ରୀମାନେ ବର୍ତ୍ତମାନେ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ମିଳୁଥିବାରୁ ରାଜ୍ୟପାଳ ଖୁସି ବ୍ୟକ୍ତ କରିଛନ୍ତି । ଯେପରି ଭାରତ ମାତା ନିଜର ସବୁ ଆହତ ସନ୍ତାନଙ୍କ ଚିକିତ୍ସା କରୁଥିବା ଭଳି ମନେ ହେଉଛି ବୋଲି କହିଛନ୍ତି ରାଜ୍ୟପାଳ । ଏହାସହ ସେବା କରୁଥିବା ଡାକ୍ତର, ନର୍ସ ସମସ୍ତଙ୍କୁ ପ୍ରଭୁ ଜଗନ୍ନାଥଙ୍କ ସନ୍ତାନ ବୋଲି ମଧ୍ୟ ସେ ସମ୍ବୋଧନ କରିଛନ୍ତି । ଓଡିଶାବାସୀଙ୍କୁ ପ୍ରଶଂସା କରି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀଲାଲ କହିଛନ୍ତି ଯେ, ଓଡିଶା ଜଗନ୍ନାଥଙ୍କ ରାଜ୍ୟ। ତେଣୁ ଯାହା ଓଡିଶା କରିପାରିବ ତାହା ଅନ୍ୟ କେହି କରିପାରିବେ ନାହିଁ । ସମସ୍ତଙ୍କୁ ହୃଦୟରୁ ପ୍ରମାଣ କରିବାକୁ ଚାହୁଁଥିବା କହି ରାଜ୍ୟବାସୀଙ୍କୁ ସାଧୁବାଦ ଜଣାଇଛନ୍ତି ରାଜ୍ୟପାଳ ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.