thumbnail

By

Published : Apr 15, 2023, 10:30 PM IST

ETV Bharat / Videos

ହିନ୍ଦୁ ମୁସଲମାନ ଶିଖ୍ ସାଇ ଆମେ ସବୁ ଭାଇ ଭାଇ: ରାଜ୍ୟପାଳ

ଖୋର୍ଦ୍ଧା: କାଇପଦର ବୋଖାରୀ ବାବାଙ୍କ ଉର୍ସ ଉତ୍ସବ ଆଜି ମହାସମାରୋହରେ ପାଳିତ ହୋଇଛି । ବାବା ବୋଖାରୀଙ୍କ ପୀଠରେ ଉର୍ସ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ । ରାଜ୍ୟର ବିଭିନ୍ନ ସମ୍ପ୍ରଦାୟର ଶତାଧିକ ଭକ୍ତ ଜାତି ଧର୍ମ ନିର୍ବିଶେଷରେ ବୋଖାରୀ ବାବାଙ୍କ କଲେ ଦର୍ଶନ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଯୋଗଦେଇ କହିଛନ୍ତି, ‘‘ବୋଖାରୀ ବାବାଙ୍କ ପୀଠ ବାସ୍ତବରେ ସର୍ବଧର୍ମ ସମନ୍ବୟର ସ୍ଥଳ । ସମଗ୍ର ବିଶ୍ବର ତଥା ବିଭିନ୍ନ ରାଜ୍ୟର ବିଭିନ୍ନ ସମ୍ପ୍ରଦାୟର ଭକ୍ତମାନେ ବୋଖାରୀ ବାବାଙ୍କୁ ଆରାଧନା କରିବା ଏହା ବିଶ୍ଵରେ ବିରଳ । ବସୁଧୈବଂ କୁଟୁମ୍ବକମର ବାସ୍ତବ ଚିତ୍ର ହିଁ ଏଠାରେ ପ୍ରତିଫଳିତ ହୋଇଛି । ‘ଈଶ୍ବର ଆଲ୍ଲା ତେରେ ନାମ୍ ସବ୍ କୋ ସମ୍ମତି ଦେ ଭଗବାନ ବା ହିନ୍ଦୁ ମୁସଲମାନ ଶିଖ୍ ସାଇ ଆମେ ସବୁ ଭାଇ ଭାଇ’ ଉକ୍ତିର ଏହା ହେଉଛି ପ୍ରକୃତ କ୍ଷେତ୍ର । ତେଣୁ ଆମେ ବିଶ୍ଵବାସୀ ଗୋଟିଏ ମା’ର ସନ୍ତାନ ବୋଲି ନିଜକୁ ମନେ କରିବା ।’’ ଏହି ଅବସରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କାଇପଦର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଓ ସମାଜ ସେବା କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ନିସ ଗ୍ରୁପ ଅଫ ଶିକ୍ଷା ଅନୁଷ୍ଠାନକୁ ସାମୂହକୁ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.