ଆଜିର ଘଟଣା ଓଡିଶାବାସୀଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ: ପ୍ରଦୀପ ପାଣିଗ୍ରାହୀ
🎬 Watch Now: Feature Video
Published : Aug 25, 2023, 9:22 PM IST
ବ୍ରହ୍ମପୁର: ସରକାରୀ କାର୍ଯ୍ୟକ୍ରମକୁ ଯାଉଥିବା ସମୟରେ ଯେପରି ଭାବରେ ଗୋପାଳପୁର ବିଧାୟକଙ୍କୁ ଖଜୁରିଆ ଜାତୀୟ ରାଜପଥ ନିକଟରେ ବିଜେଡି ଦଳର କର୍ମୀ ଓ ନେତାମାନେ ତାଙ୍କୁ ଅଟକାଇ ରଖିଲେ ଏବଂ ତାଙ୍କ ଗାଡ଼ି ଉପରକୁ କ୍ରମାଗତ ଭାବରେ ଅଣ୍ଡା, ପଥର, କାଳୀ ମାଡ଼ କଲେ ତାହାକୁ ନେଇ ନିନ୍ଦା କରିଛନ୍ତି ଗୋପାଳପୁରର ବିଧାୟକ । ଇଟିଭି ଭାରତ ସହିତ ଆଲୋଚନା କରି ବିଧାୟକ ପାଣିଗ୍ରାହୀ ଏହି ଘଟଣା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କହିଛନ୍ତି । ଗୋପାଳପୁର ନିର୍ବାଚନମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଲକର କନିଷି ସ୍ଥିତ ବାଲାଜୀ ବିଦ୍ୟାପୀଠ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ ଯେପରି ବିଧାୟକଙ୍କୁ ବିଜେଡି ଦଳର ସମର୍ଥକ ମାନେ ଅଟକାଇ ରଖିଲେ... ଏହି ଘଟଣା ଘଟିବ ବୋଲି ସେ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ରାଜ୍ୟ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଏବଂ ଗଞ୍ଜାମ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏଣୁ ଏହି ଘଟଣାର ତଦନ୍ତ କରିବା ସହିତ ଯେପରି କୌଣସି ଜନପ୍ରତିନିଧି ଏବଂ ସାଧାରଣ ଜନତାଙ୍କ କ୍ଷେତ୍ରରେ ନଘଟିବ ସେଥିପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ପ୍ରଦୀପ । ଓଡ଼ିଶାବାସୀଙ୍କ ପାଇଁ ଯେଉଁ ପ୍ରତିବାଦର ସ୍ବର ଦରକାର ରହିଥିଲା ତାହା ଆଜି ପୂରଣ ହୋଇଛି ବୋଲି ପ୍ରଦୀପ କହିଛନ୍ତି । ଏହି ଘଟଣା ପରେ ଏହା ଜନସାଧାରଣଙ୍କ କୋର୍ଟରେ ମାମଲା ରହିଥିବା ବେଳେ ତାହାକୁ ସେମାନେ ଆଗକୁ କିପରି ନେବେ ତାହା ତାଙ୍କ ହାତରେ ବୋଲି କହିଛନ୍ତି ପ୍ରଦୀପ ।