ଚଳାନ୍ତାକାରର ବୋନେଟରେ ବସି ରିଲ୍ସ କଲେ ଯୁବତୀ, କଟିଲା 18 ହଜାର ଟଙ୍କା ଚାଲାଣ
🎬 Watch Now: Feature Video
ଲକ୍ଷ୍ନୌ: କାରର ବୋନେଟ ଉପରେ ବସି ଭିଡିଓ କଲେ ଯୁବତୀ । ସୋସିଆଲ ମଡିଆରେ ଭିଡିଓ ଭାଇରାଲ ପରେ ଫାଇନ କାଟିଲା ପୋଲିସ। ଅଯୋଧ୍ୟା-ପ୍ରୟାଗ ରାଜପଥରେ ଏକ ଚଳନ୍ତା ଧଳା କାରର ବୋନେଟରେ ବସି ଯୁବତୀ ଜଣଙ୍କ ଭିଡିଓ କରୁଥିବା ଦେଖିବାକୁ ମିଳିଛି । ଭୋଜପୁର ଗୀତର ତାଳେତାଳେ ଡ୍ୟାନ୍ସ ମଧ୍ୟ କରୁଛନ୍ତି ଯୁବତୀ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହା ପୋଲିସର ନଜରକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗାଡି ମାଲିକଙ୍କୁ ପୋଲିସ ଚିହ୍ନଟ କରିବା ସହ 18 ହଜାର ଟଙ୍କା ଚାଲାଣ କାଟିଛି । ଝିଅମାନେ ନିଜ ଜୀବନକୁ ବିପଦରେ ପକାଇ ଏପରି ଢଙ୍ଗରେ ରିଲ୍ସ କରୁଥିବା କହିଛନ୍ତି ପୋଲିସ ଅଧିକାରୀ । ତେବେ ଏପରି ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ନିଜର ଫଲୋର୍ସ ଓ ଭିୟୁର୍ସଙ୍କ ସଂଖ୍ୟା ବଢାଇବାକୁ ଯୁବକ ଯୁବତୀମାନେ ନିଜ ଜୀବନକୁ ବିପଦରେ ପକାଇ ଭିଡିଓ କରୁଛନ୍ତି ।