Watch Video: ସେଲ୍ଫି ନେବା ବେଳେ ୬୦ ଫୁଟ ଖାଇକୁ ଖସିଲେ ନାବାଳିକା - Bihar News
🎬 Watch Now: Feature Video


Published : Oct 10, 2023, 9:49 PM IST
ପାଟନା: ଯଦି ବିପଦଜନକ ସ୍ଥାନରେ ସେଲ୍ଫି ନେଉଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଏଭଳି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ୧୫ ବର୍ଷୀୟ ନାବାଳିକା ସେଲ୍ଫି ନେବା ସମୟରେ ୬୦ ଫୁଟ ଖାଇକୁ ଖସିପଡ଼ିଛନ୍ତି । ତେବେ ତଳକୁ ଖସିବା ସମୟରେ ନାବାଳିକା ଜଣକ ବୁଦା ମଧ୍ୟରେ ଫସି ରହିଥିଲେ ବୋଲି ଜଣାପଡ଼ିଛି । ଏହି ଘଟଣା ନାଳନ୍ଦା ଜିଲ୍ଲାର ଲହେରି ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ନାବାଳିକା ଜଣକ ନାଳନ୍ଦା ହିରଣ୍ୟ ପର୍ବତ ଉପରେ ବୁଲୁଥିବା ସମୟରେ ଏଭଳି ଅଘଟଣର ଶିକାର ହୋଇଛନ୍ତି । ନାବାଳିକା ଜଣକ ଚିତ୍କାର କରିବା ପରେ ଉପସ୍ଥିତ ଥିବା ଲୋକେ ନାବାଳିକାକୁ ଉଦ୍ଧାର କରିଛନ୍ତି । ଉଦ୍ଧାର ସମୟରେ ନାବାଳିକା ଜଣକ ଚେତାଶୂନ୍ୟ ଅବସ୍ଥାରେ ଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଯାଇଛି । ୩୦୦ ଫୁଟ ଉଚ୍ଚରୁ ନାବାଳିକା ଜଣକ ଖସପଡ଼ିଥିଲେ । ଦେଖନ୍ତୁ ଭିଡିଓ