thumbnail

By

Published : Jan 23, 2023, 10:53 PM IST

Updated : Feb 3, 2023, 8:39 PM IST

ETV Bharat / Videos

ରାସ୍ତ ଉପରେ ରିଲ୍, ଗଣିଲେ ୧୭ହଜାର ତଣ୍ଡ

ନୂଆଦିଲ୍ଲୀ : ରାସ୍ତ ଉପରେ ଗାଡ଼ି ରଖି ଡ୍ୟାନ୍ସ କରିବା ଯୁବତୀଙ୍କୁ ପଡିଲା ଭାରି । ୧୭ ହଜାର ଟଙ୍କାର ଫାଇନ ଲଗାଇଲା ଟ୍ରାଫିକ୍ ପୋଲିସ । ସାହିବାବାଦ କୋଟୱାଲୀ ଅଞ୍ଚଳରେ ଜଣେ ଯୁବତୀ ଏଲିବେଟେଡ ରାସ୍ତାରେ କାର ପାର୍କିଂ କରି ଏକ ରିଲ ତିଆରି କରିଥିଲେ । ତାଙ୍କ ଏହି ରିଲ ଭିଡିଓ ରବିବାର ଦିନ ଇଣ୍ଟରନେଟ ମିଡିଆରେ ବେଶ ଭାଇରାଲ ହୋଇଥିଲା ।  

ଭାଇରାଲ ଭିଡିଓ ବାବଦରେ ପୋଲିସ ଜାଣିବା ପରେ କଡା ଆକ୍ସନ ନେଇଛି ପୋଲିସ । ସାହିବାବାଦ ପୋଲିସ କାର ନମ୍ବର ଆଧାରରେ ଏହି ରିପୋର୍ଟ ପଞ୍ଜିକୃତ ହୋଇଥିଲା । ଏହାସହ ରିଲ କରୁଥିବା ଯୁବତୀଙ୍କ ଉପରେ ମାମଲା ରୁଜୁ କରାଯିବା ସହ 17,000 ଟଙ୍କା ଜରିମାନା କରିଛି ଟ୍ରାଫିକ ପୋଲିସ। । 16 ମିନିଟର ଭିଡିଓରେ ଦେଖିବାକୁ ମିଳିଛି ଯେ, ନାଲି କାରଟି ଏଲିବେଟେଡ ରାସ୍ତାରେ ଠିଆ ହୋଇଥିବା ବେଳେ, ଯୁବତୀ ଜଣେଙ୍କ କାର ସାମ୍ନାରେ ଏକ ଭିଡିଓ ପ୍ରସ୍ତୁତ କରୁଛନ୍ତି । ଏହି ରାସ୍ତାରେ ଯାନବାହାନ ଚଳାଚଳ କରୁଥିବାରୁ | ଦୁର୍ଘଟଣାର ଆଶଙ୍କାକୁ ନେଇ ପୋଲିସ ଯୁବତୀଙ୍କ ଉପରେ ମାମଲା ରୁଜୁ କରିଛି  । ତେବେ  ରିଲ କରୁଥିବା ଯୁବତୀ ନାଁ ବୈଶାଳି ଚୈଧୁରୀ ହୋଉଥିବା ବେଳେ ସେ ଜଣେ ସୋସିଆଲ ମିଡିଆ ଇନଫ୍ଲ୍ୟୁଏନସର ବୋଲି ସୂଚନା ମିଳିଛି ।  

ତେବେ ରାସ୍ତାରେ ଏହିପରି ଭିଡିଓ ତିଆରି କରିବାର ଘଟଣା ପ୍ରଥମ  ନୁହେଁ ।  ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ବେଳେବେଳେ ଲୋକମାନେ ରାସ୍ତାକୁ ପାର୍ଟି ହଲ୍ ଭାବେ ତ କିଏ କିଏ ମଦ ବାର ଭାବେ ରାସ୍ତାକୁ ବ୍ୟବହାର କରନ୍ତି । ଆଉ କାହାର ରାସ୍ତାରେ ହୁକ୍କା ମାରୁଥିବା  ଭିଡିଓ ଭାଇରାଲ ହୁଏ ।  ଯଦିଓ ଏପରି କାର୍ଯ୍ୟ ପରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ପୋଲିସ ଆନେକ ପଦକ୍ଷେପ ନେଇଛି , କିନ୍ତୁ ଏହା ସତ୍ତ୍ବେ ମଧ୍ୟ ଲୋକମାନଙ୍କ ଭିତରେ କୈଣସି ପରିବର୍ତ୍ତନ ହୋଇ ନାହିଁ । ଟ୍ରାଫିକ ପୋଲିସ ଗାଇଡଲାଇନ ଜାରି କରିଥିଲେ ମଧ୍ୟ ଆମାନିଆ ମାନେ ବାରବାର ଏପରି କାର୍ଯ୍ୟ କରୁଛନ୍ତି । ଏପରି କାର୍ଯ୍ୟ କରି  ଲୋକମାନେ କେବଳ ନିଜ ଜୀବନକୁ ବିପଦରେ ପକାନ୍ତି ନାହିଁ,  ଅନ୍ୟ ଲୋକଙ୍କ ଜୀବନକୁ ମଧ୍ୟ ବିପଦରେ ପକାଉଛନ୍ତି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 3, 2023, 8:39 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.