ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ବଦଳି, ବିରାଟ ଶୋଭାଯାତ୍ରାରେ ବିଦାୟ
🎬 Watch Now: Feature Video
ବ୍ରହ୍ମପୁର: ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲାରେ ଆରକ୍ଷୀ ଅଧିକ୍ଷକ ଭାବେ ଦାୟିତ୍ବ ତୁଲାଉଥିବା IPS ବ୍ରିଜେଶ କୁମାର ରାୟଙ୍କ ବଦଳି ହୋଇଛି । IPS ବ୍ରିଜେଶଙ୍କୁ ଅନୁଗୋଳ DIG ଭାବେ ନିଯୁକ୍ତି ଦିଆଯିବା ପରେ ଏକ ଶୋଭାଯାତ୍ରାର ଆୟୋଜନ କରି ତାଙ୍କୁ ବିଦାୟ ଦିଆଯାଇଛି । ଏଥିରେ ପୋଲିସ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ ବାସିନ୍ଦା ସାମିଲ ହୋଇଥିଲେ । ବ୍ରିଜେଶ ଦୀର୍ଘ ଚାରି ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଜିଲ୍ଲାର ଆଇନଶୃଙ୍ଖଳା ଏବଂ ଅପରାଧୀ ଧରପଗଡ ଅଭିଯାନଠାରୁ ଆରମ୍ଭ କରି ଚୋରାମାଦକ ଦ୍ରବ୍ୟ କାରବାରକୁ ରୋକିବାରେ ସକ୍ଷମ ହୋଇଥିଲେ । ସରକାରୀ ବାସଭବନରୁ ପୋଲିସ ବ୍ୟାଣ୍ଡ୍ର ତାଳେତାଳେ ଶୋଭାଯାତ୍ରାରେ ଅଣାଯାଇ DIG ବ୍ରିଜେଶଙ୍କୁ ସମ୍ମାନ ସହକାରେ ବିଦାୟ ଦିଆଯାଇଛି ।
ଇଟିବି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:38 PM IST