ETV Bharat / state

ଉଦ୍ଭବ ୨୦୨୪; ଜନଜାତି ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ପ୍ରୟାସ - EMRS NATIONAL CULTURAL FEST

ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହୋଇଛି ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪-‘ଉଦ୍ଭବ’ । ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଗଣଶିକ୍ଷା ମନ୍ତ୍ରୀ ।

EMRS NATIONAL CULTURAL FEST 2024
EMRS NATIONAL CULTURAL FEST 2024 (ETV Bharat Odisha)
author img

By ETV Bharat Odisha Team

Published : Nov 12, 2024, 9:32 PM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି 'ଉଦ୍ଭବ ୨୦୨୪' କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏଥିରେ ୨୨ଟି ରାଜ୍ୟର ୧୩ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ବିର୍ସା ମୁଣ୍ଡା ଏବଂ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହା ଏକ ପ୍ରୟାସ । ବିଶେଷ ଭାବରେ ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା ଭଳି ଅନେକ ରାଜ୍ୟର ଛାତ୍ରଛାତ୍ରୀ ଉତ୍ସବରେ ସାମିଲ ହୋଇଛନ୍ତି ।

EMRS NATIONAL CULTURAL FEST 2024 (ETV Bharat Odisha)

ଉଦ୍ଭବ-୨୦୨୪:

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,"ପାରମ୍ପରିକ ନୃତ୍ୟ, ସଙ୍ଗୀତ, ବିଭିନ୍ନ ପ୍ରକାର ପ୍ରତିଭାକୁ ସମ୍ମାନ ଦେବା ପାଇଁ ପିଲାଙ୍କୁ ଆଉ ଏକ ନୂଆ ଦିଗ ଦେଖାଇବା ପାଇଁ ଏଭଳି କାର୍ଯ୍ୟକ୍ରମର ଆୟୋଜିତ କରାଯାଇଛି । ବିଭିନ୍ନ ରାଜ୍ୟର ପରମ୍ପରା ସହ ସମସ୍ତେ ଜାଣିବେ ଏବଂ ଯୋଡି ହୋଇପାରିବେ । ସମସ୍ତ ଜନଜାତି ପିଲାଙ୍କ ଭିତରେ ଦକ୍ଷତାକୁ ବଢ଼ାଇବା ପାଇଁ ଏହା ଏକ ଭଲ ପ୍ରୟାସ । ୫ମ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲର ଏହି କାର୍ଯ୍ୟକ୍ରମ ୫ ଦିନ ଚାଲିବ । ଯେଉଁମାନେ ଏଠାରୁ ସିଲେକ୍ସନ ହେବେ, ସେମାନେ NCERT ଫାଇନାଲରେ ଯୋଗଦେବେ ।"

ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ:
ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,"ବିଭିନ୍ନ ରାଜ୍ୟର ଭାଷା, କଳା, ପରମ୍ପରାର ଆଦାନ ପ୍ରଦାନ ଏହି କାର୍ଯ୍ୟକ୍ରମ ଦ୍ୱାରା ହୋଇପାରିବ। ଆଗାମୀ ଦିନରେ ବିଭିନ୍ନ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ନିଜର ଭଲ ପ୍ରଦର୍ଶନ କରିପାରିବେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଜି ଏକଲବ୍ୟ ମଡେଲ ସ୍କୁଲ ହୋଇଛି । ପିଲାମାନଙ୍କ ଦକ୍ଷତା ବିକାଶ ପାଇଁ ଆମେ ଚେଷ୍ଟା କରୁଛୁ । "

ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହେଲା ‘ଉଦ୍ଭବ’:
ପ୍ରଥମ ଥର ଓଡ଼ିଶାରେ ଆୟୋଜିତ ହୋଇଛି ପଞ୍ଚମ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଜାତୀୟ ସାଂସ୍କୃତିକ, ସାହିତ୍ୟିକ ଏବଂ କଳା ଉତ୍ସବ ୨୦୨୪-‘ଉଦ୍ଭବ’ । ଏହା ଆଜିଠାରୁ ୧୫ ତାରିଖ ଯାଏଁ ଅନୁଷ୍ଠିତ ହେବ । ନ୍ୟାସନାଲ ଏଜୁକେସନ ସୋସାଇଟି ଫର୍ ଟ୍ରାଇବାଲ୍ ଷ୍ଟୁଡେଣ୍ଟ (NESTS) ସହାୟତାରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି ।

୧୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ:
୨୨ଟି ରାଜ୍ୟରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ର ୧୩୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ୨୫୦ ଶିକ୍ଷକ-ଶିକ୍ଷୟିତ୍ରୀ ଏହି ସମାରୋହରେ ସାମିଲ ହୋଇଛନ୍ତି । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ତାଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ପାଳିତ ହେଉଛି । ନୃତ୍ୟ, ସଙ୍ଗୀତ, ଡ୍ରାମା, ଥିଏଟର, ଚିତ୍ରାଙ୍କନ, ଭିଜୁଆଲ୍ ଆର୍ଟ, ବକୃତା ଭଳି ୪୭ ପ୍ରକାର ପ୍ରତିଯୋଗିତାର ଆୟୋଜନ କରାଯିବ । ଯାହା ଫଳରେ କି ଛାତ୍ରଛାତ୍ରୀମାନେ ପରସ୍ପରର ସଂସ୍କୃତି, ଐତିହ୍ୟ, ଭାଷା, ସାହିତ୍ୟ, ଇତିହାସ ସମ୍ପର୍କରେ ଅବଗତ ହୋଇପାରିବେ । ଅଭିନବ ଏବଂ ସୃଜନଶୀଳ କର୍ମଶାଳାରେ ଯୋଗ ଦେଇ ପିଲାମାନେ ନୂତନ କୌଶଳ ବିଦ୍ୟା ଶିଖିପାରିବେ । ଏଥିସହ ବିଜେତାମାନଙ୍କୁ ପୁରସ୍କୃତ କରାଯିବ। ପ୍ରତ୍ୟେକ ଛାତ୍ରଙ୍କୁ ଅଂଶଗ୍ରହଣ ମାନପତ୍ର ପ୍ରଦାନ କରାଯିବ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶାରେ ଆୟୋଜିତ ହେବ ‘ଉଦ୍ଭବ’, ଭାଗନେବେ ୧୩ ଶହ ଛାତ୍ରଛାତ୍ରୀ

ଏହା ମଧ୍ୟ ପଢନ୍ତୁ ...ମାଓ ମୁକାବିଲା ଟ୍ରେନିଂକୁ ସ୍ବାଗତ, ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବାକୁ ଦାବି

ଏହା ମଧ୍ୟ ପଢନ୍ତୁ ...ଓଡ଼ିଶା ଇତିହାସ ଉପରେ ହେବ ଗବେଷଣା, ବଡ଼ ଘୋଷଣା କଲେ ଆଇନମନ୍ତ୍ରୀ

ଭିନ୍ନଭିନ୍ନ ରାଜ୍ୟର ସଂସ୍କୃତିକୁ ଦେଖିବାର ମିଳିବ ସୁଯୋଗ:

ଏହି ଚାରି ଦିନିଆ ଉତ୍ସବ ମାଧ୍ୟମରେ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଭାରତ ବର୍ଷର ବିଭିନ୍ନ ରାଜ୍ୟର ସଂସ୍କୃତିକୁ ପାଳନ କରାଯିବ । ଯାହାଫଳରେ ଭିନ୍ନ ଭିନ୍ନ ସଂସ୍କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଦାନ ପ୍ରାଦାନ ହୋଇପାରିବେ । ଏହାସହ ଭୁବନେଶ୍ଵର କଟକ ପୁରୀ ଆଦି ଏଇତିହାସିକ ସ୍ଥାନ ଗୁଡିକକୁ ବୁଲିବାର ସୁଯୋଗ ପାଇବେ ।

କେବେଠାରୁ ଆରମ୍ଭ ହୋଇଛି ଏହି ଉତ୍ସବ:
୨୦୧୮ ମସିହାରୁ ଏହି ଉତ୍ସବ ଭାରତର ବିଭିନ୍ନ ରାଜ୍ୟରେ ପାଳନ କରାଯାଉଛି । ପ୍ରଥମେ ଜାମସେଦପୁରରେ ଏହାକୁ ଆରମ୍ଭ କରାଯାଇଥିବା ବେଳେ ପରେ ପରେ ଉଦୟପୁର (୨୦୧୯), ବେଙ୍ଗାଲୁରୁ(୨୦୨୨), ଡେରାଡୁନ(୨୦୨୩)ରେ ଆୟୋଜିତ କରାଯାଇଥିଲା । ଚଳିତ ବର୍ଷ ଓଡ଼ିଶାରେ ଆୟୋଜନ ହେବ ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.