ଭୁବନେଶ୍ୱର: ଖୁବଶୀଘ୍ର ପରଦାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'ପ୍ରେମୀ ଆୱାରା' । ବର୍ତ୍ତମାନ ଏହି ଫିଲ୍ମର ଅଡିଓ ରିଲିଜ ହୋଇଯାଇଛି । ରାଜଧାନୀ ସ୍ଥିତ ହୋଟେଲ ଶୀତଲ ଠାରେ 'ପ୍ରେମୀ ଆୱାରା' ର ଅଡିଓ ଓ ଟ୍ରେଲର ରିଲିଜ ହୋଇଛି । ଏହି ଅବସରରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଏବଂ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଡିଓ ଉନ୍ମୋଚିତ କରିଥିଲେ । ଏହି ସମୟରେ ଫିଲ୍ମର ଟିମ ମଧ୍ୟ ଉପସ୍ଥିତ ଥିଲେ । ଏହି ଫିଲ୍ମ ଚଳିତ ନଭେମ୍ୱର ମାସରେ ରିଲିଜ ହେବାକୁ ଥିବା ବେଳେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି ।
'ପ୍ରେମୀ ଆୱାରା' ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ-ଟୁବୁନ
ଅନନ୍ୟା ଏଣ୍ଟରଟେନମେଣ୍ଟ ଓ ଲୁବୁନ ଟୂବୁନ ପ୍ରଡକ୍ସନରେ ତଥା ପାର୍ବତୀ ଆଚାର୍ଯ୍ୟଙ୍କ ପ୍ରଯୋଜନାରେ ନିର୍ମିତ ହୋଇଛି ଚଳଚ୍ଚିତ୍ର 'ପ୍ରେମୀ ଆୱାରା' । ଏହି ଫିଲ୍ମର ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଲୁବୁନ-ଟୁବୁନ । ଫିଲ୍ମର କାହାଣୀ ଲେଖିଛନ୍ତି ଦୁର୍ଗା ଆଚାର୍ଯ୍ୟ । ସଂଳାପ ଦେଇଛନ୍ତି ସଞ୍ଜୟ ମହାକୁଳ । ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । ଡ. ନିର୍ମଳ ନାୟକଙ୍କ ରଚିତ ଗୀତ ଗୁଡିକରେ କଣ୍ଠଦାନ କରିଛନ୍ତି ସ୍ୱୟଂ ପାଢ଼ୀ, ଅନନ୍ୟା ଆଚାର୍ଯ୍ୟ, ତାରିକ ଅଜିଜ, ଓଁକାର ଓ ଅଭିନିତ ମଜୁମଦାର ।
'ପ୍ରେମୀ ଆୱାରା' ଷ୍ଟାରକାଷ୍ଟ ଓ କାହାଣୀ
ପ୍ରେମ, ରୋମାନ୍ସ, ଡ୍ରାମା, ଇମୋସନ ଓ ଟ୍ରାଜେଡି ଉପରେ ଆଧାରିତ ଫିଲ୍ମର କାହାଣୀ । ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି ଉଦୀୟମାନ ତାରକା ଓଁକାର ଓ ଅଙ୍କିତା । ଅନ୍ୟାନ୍ୟ ଭୂମିକାରେ ଧୀର ମଲ୍ଲିକ, ପ୍ରଭାତୀ ସାହୁ, ସରୋଜ ଦାଶ, ରବି ମିଶ୍ର, ରିସ୍ନା, କାଳିଆ, ତାନିଆ ଭାଇ, ବାବୁ ପ୍ରଧାନ, ଅପର୍ଣ୍ଣା, ଚୁନୁ, ନାରାୟଣ, ସୋନା, କୁମୁଦିନୀ, ଅକ୍ଷୟ, ନୁପୁର, ବିଜୟ, ସିଲା ଓ ଧୋନି । ଫିଲ୍ମରେ ଓଁକାର ଓ ଅଙ୍କିତାଙ୍କ ଜବରଦସ୍ତ କେମିଷ୍ଟ୍ରି ଦେଖିବାକୁ ପାଇବେ ଦର୍ଶକ ।
ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର ଆସୁଛି ଓଡ଼ିଶା ମାଟିର କଥା ନେଇ ପ୍ରସ୍ତୁତ 'ଜଙ୍ଗଲ ଜଳୁଛେ', ପୋଷ୍ଟର ଆଉଟ୍
ଏହି ଦିନ ପରଦାକୁ ଆସିବ ଫିଲ୍ମ
'ପ୍ରେମୀ ଆୱାରା'ରେ ସମୁଦାୟ 5ଟି ଗୀତ ରହିଛି । ଗୀତଗୁଡିକ ଶ୍ରୁତିମଧୁର ହେବା ସହ ଶ୍ରୋତା ତଥା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ ଟୁବୁନ । ଆଗାମୀ ନଭେମ୍ୱର ୨୨ ତାରିଖରେ 'ପ୍ରେମୀ ଆୱାରା' ସାରା ଓଡ଼ିଶାରେ ମୁକ୍ତିଲାଭ କରିବ ବୋଲି କହିଛି ପ୍ରଯୋଜନା ସଂସ୍ଥା । ନୂଆ କାହାଣୀ ଦେଖିବେ ଦର୍ଶକ ଏବେ ଏହା ନିଶ୍ଚୟ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ନିର୍ମାତା ।
ଇଟିଭି ଭାରତ, ଭୁବନେଶ୍ୱର