thumbnail

By ETV Bharat Odisha Team

Published : Oct 30, 2023, 7:32 AM IST

ETV Bharat / Videos

ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ରାଜଧାନୀ


ଭୁବନେଶ୍ବର: ଧରାବତରଣ କରିଛନ୍ତି ଧନଦାତ୍ରୀ ଲକ୍ଷ୍ମୀ। କୁମାର ପୂର୍ଣ୍ଣିମାଠାରୁ ଧନଦାତ୍ରୀଙ୍କ ପୂଜା ଆରମ୍ଭ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱର ବି ଚଳଚଞ୍ଚଳ ରହିଛି । ଆଜି ଦ୍ୱିତୀୟ ଦିନରେ ବିଭିନ୍ନ ପୂଜା ମଣ୍ଡପରେ ମା' ପୂଜା ପାଉଥିବାବେଳେ ଲାଗିଛି ଭକ୍ତଙ୍କ ଗହଳି । ରବିବାର ଥିବାରୁ ପୂଜା ମଣ୍ଡପଗୁଡ଼ିକରେ ବେଶ ଗହଳି ପରିଲକ୍ଷିତ ହେଇଛି । ୟୁନିଟ-୯ରେ ମହା ଆଡମ୍ବରରେ ଫ୍ରେଣ୍ଡ୍ସ କ୍ଲବ ଓ ଗଜଲକ୍ଷୀ କଲଚରାଲ ଆସୋସିଏସନ ଭଳି ୨ଟି ପୂଜା ମଣ୍ଡପ ପକ୍ଷରୁ ମା'ଙ୍କୁ ଜାକଜମକରେ ପୂଜା କରାଯାଉଛି । ଭିନ୍ନ ଭିନ୍ନ ଥିମର ଆକର୍ଷଣୀୟ ତୋରଣ ସହ ମା'ଙ୍କ ଦିବ୍ୟ ରୂପକୁ ଦର୍ଶନ କରୁଛନ୍ତି ଭକ୍ତ।
ଏହା ବି ପଢନ୍ତୁ...ଧନଧାତ୍ରୀଙ୍କ ଧରାବତରଣ, ଆରମ୍ଭ ହେଲା ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା

ତେବେ ଶନିବାର ଚନ୍ଦ୍ରଗ୍ରହଣ ପଡ଼ିଥିବାରୁ ୪ଟା ୫ ପୂର୍ବରୁ କିଛି ମଣ୍ଡପରେ ପୂଜା ସରିଯାଇଥିଲା । କଳସ ଯାତ୍ରା ସରିବା ପରେ ଯଥାରୀତି ପୂଜା କରି ମା'ଙ୍କୁ ଆବାହନ କରାଯାଇଥିଲା । ପୂଜାର୍ଚ୍ଚନା ସରିବା ପରେ ମା'ଙ୍କ ପହଡ ପକାଯାଏ । ପରେ ସର୍ବମୋକ୍ଷ ପରେ ପୁଣି ଆଜି ସକାଳେ ମା'ଙ୍କୁ ସ୍ନାନ କରାଯାଇ ଯଥାରୀତି ପୂଜା କରାଯାଇଛି । ଏହି ପୂଜା ମଣ୍ଡପରେ ୫ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ।
 

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.