ETV Bharat / entertainment

ଖୁବଶୀଘ୍ର 'ବାହୁବଲୀ 2'କୁ ଟପିବ 'ପୁଷ୍ପା 2', 15 ଦିନରେ 1500 କୋଟି କଲା ପାର୍ - PUSHPA 2 BOX OFFICE COLLECTION

'ପୁଷ୍ପା 2' 15 ଦିନରେ ବି ନିଜର ଜଲୱା ଜାରି ରଖିଛି । 1500 କୋଟି ପାର୍ କଲାଣି ଆୟ ।

pushpa 2 box office collection
pushpa 2 box office collection (film poster)
author img

By ETV Bharat Entertainment Team

Published : Dec 20, 2024, 11:45 AM IST

ହାଇଦ୍ରାବାଦ: ଡିସେମ୍ୱର 5ରେ ରିଲିଜ କରିଥିବା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା: 2' ବର୍ଷର ଶେଷ ଫିଲ୍ମ ହୋଇଥିବା ବେଳେ ଏହି ଫିଲ୍ମ ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମ ରିଲିଜର 15 ଦିନରେ ପହଞ୍ଚିଥିବା ବେଳେ ତଥାପି ଫିଲ୍ମର କ୍ରେଜରେ ଲାଗୁନି ବ୍ରେକ । ଦିନକୁ ଦିନ ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଜମୁଛି ଭିଡ଼ । ଏହି କ୍ରମରେ ଫିଲ୍ମ ଦମଦାର କଲେକ୍ସନ କରି ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ଫିଲ୍ମ ବିଶ୍ୱରେ 1500 କୋଟି ପାର୍ କରିଛି । ତେବେ ଫିଲ୍ମର ମୋଟ କଲେକ୍ସନ କେତେ ? ଜାଣନ୍ତୁ,

'ପୁଷ୍ପା 2' ଭାରତରେ କଲେକ୍ସନ

'ପୁଷ୍ପା 2' ଭାରତରେ ପ୍ରଥମ ସପ୍ତାହରେ 725.8 କୋଟି ଆୟ କରି ନୂଆ ରେକର୍ଡ କରିଥିଲା । ପୁଣି ଦ୍ୱିତୀୟ ସପ୍ତାହରେ 264.9 କୋଟି ଆୟ କରିଥିଲା । ତେବେ ଫିଲ୍ମ 15ତମ ଦିନରେ 17.75 କୋଟି ଟଙ୍କା ରୋଜଗାର କରିଛି । ଯାହା ପୂର୍ବ ଦିନର 20.55 କୋଟି ତୁଳନାରେ ଟିକେ କମ୍ ଅଟେ। ତଥାପି ଫିଲ୍ମର ମୋଟ କଲେକ୍ସନ 990.7 କୋଟି ହୋଇଛି । ଏହି ଫିଲ୍ମ ହିନ୍ଦୀ ସଂସ୍କରଣରେ ମୋଟ 621.6 କୋଟି ଟଙ୍କା ଆୟ କରିଥିବା ବେଳେ ତେଲୁଗୁରେ 295.6 କୋଟି ଟଙ୍କା ଆୟ କରିଛି । ଖୁବଶୀଘ୍ର ଫିଲ୍ମ ସମସ୍ତ ଭାଷାରେ 1000 କୋଟି ଆୟ କରିବ ବୋଲି ଆଶା କରାଯାଉଛି । ଏହାର ତୃତୀୟ ସପ୍ତାହରେ ପ୍ରବେଶ କରିବା ବେଳକୁ ଏହା ଭାରତୀୟ ଚଳଚ୍ଚିତ୍ର ପାଇଁ ଏକ ନୂତନ ରେକର୍ଡ କରି ଏହି ମାଇଲଖୁଣ୍ଟ ଅତିକ୍ରମ କରିବ ବୋଲି ଆଶା କରାଯାଉଛି ।

'ପୁଷ୍ପା ୨' କଲେକ୍ସନ:

  • ପ୍ରିଭ୍ୟୁ ଶୋ'- 10.65 କୋଟି
  • ପ୍ରଥମ ଦିନ - 164.25 କୋଟି
  • ଦ୍ୱିତୀୟ ଦିନ- 93.8 କୋଟି
  • ତୃତୀୟ ଦିନ- 119.25 କୋଟି
  • ଚତୁର୍ଥ ଦିନ- 141.5 କୋଟି
  • ପଞ୍ଚମ ଦିନ- 64.45 କୋଟି
  • ଷଷ୍ଠ ଦିନ- 51.55 କୋଟି
  • ସପ୍ତମ ଦିନ- 42 କୋଟି
  • ଅଷ୍ଟମ ଦିନ- 37.45 କୋଟି
  • ନବମ ଦିନ- 36.3 କୋଟି
  • ଦଶମ ଦିନ- 63.3 କୋଟି
  • ଏକାଦଶ ଦିନ- 76.6 କୋଟି
  • ଦ୍ୱାଦଶ ଦିନ- 26.95 କୋଟି
  • ତ୍ରୟୋଦଶ ଦିନ: 24.25 କୋଟି
  • ଚତୁର୍ଦ୍ଦଶ ଦିନ- 20.55କୋଟି
  • ପଞ୍ଚଦଶ ଦିନ- 17.75 କୋଟି

ମୋଟ କଲେକ୍ସନ- 990. 7କୋଟି

ଖୁବଶୀଘ୍ର 'ବାହୁବଲୀ 2' ରେକର୍ଡ ଭାଙ୍ଗିପାରେ

'ପୁଷ୍ପା 2' ମାତ୍ର 15 ଦିନ ମଧ୍ୟରେ ବିଶ୍ୱରେ 1508 କୋଟି ଆୟ କରି ସର୍ବାଧିକ ଆୟ କରିଥିବା ଫିଲ୍ମ ବନିପାରିଛି । ବର୍ତ୍ତମାନ ସୁଦ୍ଧା 'ପୁଷ୍ପା 2' , ପ୍ରଭାସଙ୍କ 'କଲ୍କି 2898AD' (1,042.25 କୋଟି), 'କେଜିଏଫ୍: ଚାର୍ପ୍ଟର 2'(1215 କୋଟି), 'RRR' (1230 କୋଟି ଟଙ୍କା), 'ଜବାନ' (1160 କୋଟି ଟଙ୍କା)ର ଆଜୀବନ ବ୍ୟବସାୟକୁ ପଛରେ ପକାଇଛି । ଏହିପରି 'ପୁଷ୍ପା 2' ଦେଶର ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି ଏବଂ ବର୍ତ୍ତମାନ ଆଗାମୀ ଦିନରେ ଏହି ଫିଲ୍ମ 'ବାହୁବଲୀ 2'(1788.06 କୋଟି), ଏବଂ ଦଙ୍ଗଲ (2070.3 କୋଟି) କୁ ପଛରେ ପକାଇବାକୁ ପ୍ରସ୍ତୁତ ଅଛି ।

ଏହା ମଧ୍ୟ ପଢନ୍ତୁ: ପାଣି ପରି ଲାଗିଥିଲା ଟଙ୍କା, ବକ୍ସ ଅଫିସରେ ଚାଲିଲାନି ଯାଦୁ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.