ବାବା ଧବଳେଶ୍ଵରରେ ସ୍ଵାଭାବିକ ହେଲା ଦର୍ଶନ, ଲାଗିହେଲା ଗଜଭୋଗ - ବାବା ଧବଳେଶ୍ଵର

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 26, 2023, 10:05 AM IST

କଟକ: ଆଜି ମହାପଞ୍ଚୁକର ଚତୁର୍ଥ ଦିନ ।  ବାବା ଧବଳେଶ୍ଵରରେ ସ୍ଵାଭାବିକ ହେଲା ଦର୍ଶନ । ମଙ୍ଗଳ ଆଳତୀ ନୀତି ଶେଷ ହେବା ପରେ ଧବଳେଶ୍ଵରଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ। ପଞ୍ଚୁକର ଚତୁର୍ଥ ଦିନରେ ବାବା ଧବଳେଶ୍ଵରଙ୍କ ନିକଟରେ ଲାଗି ହୋଇଛି ଗଜ ଭୋଗ । ପ୍ରସାଦ ପାଇବାକୁ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି । କିଛି ଦିନ ଧରି ପୂଜକ ସମାଜ ଏବଂ ପ୍ରଶାସନ ମଧ୍ୟରେ ସାଇକେଲ ଷ୍ଟାଣ୍ଡ, ବାରିକେଡକୁ ନେଇ ଲାଗି ରହିଥିଲା ବିବାଦ । ଯାହା ଫଳରେ ମହାଦେବଙ୍କୁ ଦର୍ଶନ କରିବାରେ ବଞ୍ଚିତ ହେଉଥିଲେ ଭକ୍ତ । ଗତକାଲି(ଶନିବାର)ଦ୍ଵାର ଭାଙ୍ଗି ଭକ୍ତ ମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ।  ଆଜି ସକାଳୁ ସ୍ଵାଭାବିକ ଦର୍ଶନ ଜାରି ରହିଛି। ଦର୍ଶନ ନିମନ୍ତେ ବ୍ୟାପକ ପୋଲିସ ମୁତୟନ ହୋଇଛି । ଆଜି ରାତି 3ଟାରୁ  ପହଡ ଖୋଲିବା ପରେ ଠାକୁରଙ୍କୁ 108 ଗରାରେ ସ୍ନାନ କରାଯିବା ବେଳେ ମଇଲମ୍, ମଙ୍ଗଳ ଆଳତୀ ନୀତି ଶେଷ ହୋଇଥିଲା । ତେବେ ପଞ୍ଚୁକ ଆରମ୍ଭରୁ ବାବାଙ୍କ ମନ୍ଦିର ପାଇଁ ପ୍ରଶାସନିକ ବ୍ୟବସ୍ଥା ଆରମ୍ଭ ହେଇଥାଏ । ପ୍ରଥମ ଦିନରୁ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ସୁରକ୍ଷିତ ଦର୍ଶନ ଉପରରେ ନଜର ରଖିଥାଏ ପ୍ରଶାସନ । ତେଣୁ ଚଳିତ ପଞ୍ଚୁକ ସମୟରେ ଧବଳେଶ୍ଵରଙ୍କ ପୀଠରେ ବ୍ୟାରିକେଟ ଓ ଗାଡି ଷ୍ଟାଣ୍ଡ ନିଲାମକୁ ପୂଜକ ସମିତି ମନ୍ଦିର ଆଗରେ ଧାରଣା ଦେଇଥିଲେ । ଏହାକୁ ନେଇ ପୂଜକ ସମିତି ଓ ପ୍ରଶାସନ ମୁହାଁମୁହିଁ ମଧ୍ୟ ହେଇଥିଲେ । 

ଏହା ମଧ୍ୟ ପଢନ୍ତୁ-ଧବଳେଶ୍ବର ପୀଠରେ ପଞ୍ଚୁକ ବ୍ରତ, ଚନ୍ଦ୍ରମଉଳି ବେଶରେ ଦର୍ଶନ ଦେଉଛନ୍ତି ମହାଦେବ

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.