G20 Meeting in J&K: ଡାଲ ହ୍ରଦରେ ନୌକାବିହାରର ଆନନ୍ଦ ନେଲେ ବିଦେଶୀ ପ୍ରତିନିଧି

By

Published : May 22, 2023, 10:09 PM IST

thumbnail

ଶ୍ରୀନଗର: ଆରମ୍ଭ ହୋଇଛି ଜି20 ସମ୍ମିଳନୀର ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀ କନଫରେନ୍ସ । ବିଭିନ୍ନ ଦେଶର ପ୍ରତିନିଧି ଭାବେ ପ୍ରାୟ 180 ବିଦେଶୀ ଅତିଥି ଏଥିରେ ଅଂଶଗ୍ରହଣ କରିଛନ୍ତି । ଆଜି ଠାରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ 3 ଦିନ ବ୍ୟାପି ଚାଲିବ । ଆଜି ଏହି ଅତିଥିମାନେ ଶ୍ରୀନଗରର ପ୍ରସିଦ୍ଧ ଡାଲ ହ୍ରଦରେ ଶିକାର ରାଇଡ୍ସ (ନୌକାବିହାରର) ଆନନ୍ଦ ନେଇଛନ୍ତି । ଆଲୋକରେ ସୁସଜ୍ଜିତ ନୌକାରେ ଅତିଥିମାନଙ୍କୁ ହ୍ରଦ ପରିଭ୍ରମଣ କରାଯାଇଛି । କାର୍ଯ୍ୟକ୍ରମ ପାଇଁ ସମ୍ପୂର୍ଣ୍ଣ ହ୍ରଦକୁ ଆଲୋକମାଳାରେ ସଜା ଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଜି କରାଯାଇଛି ।

ଜମ୍ମୁ ଓ କାଶ୍ମୀର ନିଜ ଫିଲ୍ମ ପର୍ଯ୍ୟଟନ ପାଇଁ ସମଗ୍ର ଦେଶ ତଥା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଏହି ସମ୍ମିଳନୀ ଆୟୋଜନ କାଶ୍ମୀରର ସଂସ୍କୃତି, ପର୍ଯ୍ୟଟନ ଓ ଐତିହ୍ୟ ସହ ସମଗ୍ର ବିଶ୍ବକୁ ପରିଚିତ କରିବା ପାଇଁ ବେଶ ସହାୟକ ହେବା ନେଇ କେନ୍ଦ୍ର ସରକାର କହିଛି । ପ୍ରସିଦ୍ଧ ଡାଲ ହ୍ରଦ କୂଳରେ ଥିବା ସେର କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର (SKICC)ରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦେଶୀ ଅତିଥିମାନେ ଅଂଶଗ୍ରହଣ କରିବେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.